ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀ କାହାକୁ ଦେଲେ ୧୦ ଲକ୍ଷ ପୁରସ୍କାର
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର

ଚୀନର ହାଂଙ୍ଗଝୁ ଠାରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ତେବେ ଏହି ଅର୍ଥ ରାଶି ଖେଳାଳିମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଖେଳାଳିମାନେ ସେମାନଙ୍କର ତାଲିମ, ପ୍ରସ୍ତୁତି ଓ ଅଂଶ ଗ୍ରହଣ କରିବା ସମୟରେ ଏହି ପୁରସ୍କାର ରାଶିକୁ ଖର୍ଚ୍ଚ କରିବେ ବୋଲି କୁହାଯାଇଛି।
ସୂଚନା ଯୋଗ୍ୟ ଆସନ୍ତା ୨୩ ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏହି ଏସିଆନ ଗେମ୍ସ ଖେଳାଯିବ। ଏଥିରେ ଓଡ଼ିଶାରୁ ୧୩ ଜଣ ଖେଳାଳି ଅଂଶ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ଜାଭେଲିନରେ କିଶୋର ଜେନା, ରୋଇଁରେ ଆଂଶିକା ଭାରତୀ, ଋତୁ କାଉଡ଼ି ଓ ସୋନାଲୀ ସ୍ୱାଇଁ, ଜୁ-ଜିତଶୁରେ ଅନୁପମା ସ୍ୱାଇଁ, କାୟାକିଂ ଓ କାନୋଇଁରେ ନେହା ଦେବୀ, ଫୁଟବଲରେ ପ୍ୟାରି ଜାଜା ଓ ହକିରେ ଦୀପଗ୍ରେସ ଏକ୍କା ଓ ଅମିତ ରୋହିଦାସ ସାମିଲ ହେଉଛନ୍ତି।