ମା ଭୈରବୀଙ୍କ ଝାମୁଯାତ୍ରା ଅନୁଷ୍ଠିତ
ପବିତ୍ର ଦଶହରା ଅବସର ରେ ମା ଭୈରବୀଙ୍କ ଝାମୁଯାତ୍ରା ଟିଟିଲାଗଡ ନିକଟସ୍ଥ ଟିଟିଡୁଙ୍ଗୁରି ଠାରେ ଆୟୋଜିତ ହୋଇ ଯାଇଛି ।

ପବିତ୍ର ଦଶହରା ଅବସର ରେ ମା ଭୈରବୀଙ୍କ ଝାମୁଯାତ୍ରା ଟିଟିଲାଗଡ ନିକଟସ୍ଥ ଟିଟିଡୁଙ୍ଗୁରି ଠାରେ ଆୟୋଜିତ ହୋଇ ଯାଇଛି । ବିପୁଳ ଜନ ସମାଗମ ସହ ଦେବି ବରୁଆ ଙ୍କ ଶରୀର ରେ ପ୍ରବେଶ କରିବା ପରେ ସେ ଘରୁ ମନ୍ଦିର ନିକଟକୁ ବାଦ୍ୟ ର ତାଳେ, ତାଳେ ବାହାରି ଭୈରବୀ ମନ୍ଦୀରକୁ ଯାଇଥାନ୍ତି। ସେଠାରେ ପୂଜାର୍ଚ୍ଚନା କରି ଦେବୀଙ୍କୁ ଫୁଲମାଳ, ଦହନା ମାଳ ସହ ତାଙ୍କ ଛତର ତଥା ବିଭିନ୍ନ ଅସ୍ତ୍ର, ଶସ୍ତ୍ର ସହ ପୂଜା କରିବା ପରେ ମାଁଙ୍କୁ ବୋଦା ବଳି ଦିଆଯାଇଥିଲା।
ଏହାପରେ ଦେବି ନିଆରା ଢଙ୍ଗରେ ଅଙ୍ଗାର ରାସ୍ତା ର ଉଭୟ ପାର୍ଶ୍ୱ ରେ ଚାଲିବା ଓ କଣ୍ଟା ଦୋଳି ରେ ଝୁଲିବା ନେଇ ଭକ୍ତ ଦର୍ଶନ କରି ଥିଲେ । ଏହି କ୍ରମାଗତ ଅନୁଷ୍ଟିତ ହେଉଥିବା ଯାତ୍ରା ପାଳନ ନେଇ ଆଖ,ପାଖ ତଥା ଦୂର, ଦୂରାନ୍ତ ରୁ ହଜାର,ହଜାର ଭକ୍ତ ଙ୍କ ସମାଗମ ଘଟି ଥିଲା । ପାଇଁ ମାଁ ଭୈରବୀଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ। କଣ୍ଟା ଦୋଳିରେ ମଧ୍ଯ ଦେବି ଝୁଲିଥାନ୍ତି। ଏହି ଝାମୁ ଯାତ୍ରା କମିଟି ପକ୍ଷରୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମାଁ ଭୈରବୀ ଦେବି ମନ୍ଦିର କମିଟିର କର୍ମକର୍ତ୍ତା ଏହି ଯାତ୍ରା ପରିଚାଳନା କରିଥିଲେ।
ରିପୋର୍ଟ, ସନ୍ତୋଷ କୁମାର ନାୟକ