IAS ସ୍ତରରେ ବଡ଼ଧରଣର ଅଦଳବଦଳ

ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ, ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ ।

IAS ସ୍ତରରେ ବଡ଼ଧରଣର ଅଦଳବଦଳ

ରାଜ୍ୟରେ ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ । ମୋଟ ୮ ଜଣ ଆଇଏଏସ୍‌ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ ।

ସେହିପରି ଭାସ୍କର ଜ୍ୟୋତି ଶର୍ମା ସେଟଲମେଣ୍ଟ କମିଶନର ଭାବେ ଦାୟିତ୍ୱ ମିଳିଛି । ପରମେଶ୍ବରନଙ୍କୁ ଚକବନ୍ଦୀ କମିଶନର ଭାବେ ନିଯୁକ୍ତ ମିଳିଛି ।

ଏହାବାଦ୍‌ ଜ୍ୟୋତି ପ୍ରକାଶ ଦାସ ହେଲେ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅରିନ୍ଦମ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ କରାଯାଇଛି । ଅନ୍ୟପଟେ ଇନ୍ଦ୍ରମଣି ତ୍ରିପାଠୀ ST ବିଭାଗର ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବା ବେଳେ ସୁବ୍ରତ ଶତପଥୀଙ୍କୁ IGR ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ବାକି ରାମାଶିଷ ହାଜରାଙ୍କୁ BSE ସଭାପତି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।