କଳାକୃତି ଦେଖି ବିମୋହିତ ହେଲେ ମହାମହିମ ରାଷ୍ଟ୍ରପତି
ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅତ୍ୟନ୍ତ ଆଗ୍ରହର ସହ ଖଣ୍ଡଗିରିରେ ଥିବା ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଛନ୍ତି ।

ଏହା ହେଉଛି ରାଣିଗୁମ୍ଫାର ଫଟୋ ଚିତ୍ର,
କିନ୍ତୁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା କୌଣସି କ୍ୟାମେରା ରେ ଉତ୍ତୋଳନ କରାଯାଇଥିବା ଫଟୋଚିତ୍ର ନୁହେଁ, ଏହା ହେଉଛି ବି.କେ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟର ଛାତ୍ରମାନଙ୍କ ଦ୍ୱାରା ଅଙ୍କା ଯାଇଥିବା କଳାକୃତି । ଯାହାକୁ ଆଜି ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ।
ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅତ୍ୟନ୍ତ ଆଗ୍ରହର ସହ ଖଣ୍ଡଗିରିରେ ଥିବା ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କଡି କରାଯାଇଥିଲା। ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଏହି ପର୍ଯ୍ୟଟନସ୍ଥଳୀ ନବବଧୂ ଭଳି ସଜେଇ ହୋଇଥିଲା । ଉଦୟଗିରିର ରାଣୀ ଗୁମ୍ଫା ପରିଭ୍ରମଣ କରିଥିଲେ ମହାମହିମ । ରାଣୀ ଗୁମ୍ଫାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିବା ସହ ରାଣୀ ଗୁମ୍ଫାର କଳା କୀର୍ତ୍ତି ସବୁ ଅବଲୋକନ କରିଛନ୍ତି ।
ଉଦୟଗିରି ଅଗଣାରେ ଛିଡା ହୋଇ ହାତୀ ଗୁମ୍ଫା ଶିଳା ଲେଖ ଦେଖିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି ଖଣ୍ଡଗିରି-ଉଦୟଗିରି ପରିଦର୍ଶନ କରିବା ବେଳେ ତପୋବନସ୍ଥିତ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ତାଙ୍କୁ ଭେଟିଥିଲେ
ପରେ ଉଦୟଗିରି ଗୁମ୍ଫା ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ପିଲା ମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ଛାତ୍ରଛାତ୍ରୀ ମାନେ ଆଙ୍କିଥିବା ଫଟୋ ଚିତ୍ର ଉପହାର ଭାବେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ୩୦ ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲାରେ ରାଷ୍ଟ୍ରପତିଙ୍କ ଚିତ୍ର ଅଙ୍କିଥିଲେ ଛାତ୍ରୀ ମଧୁସିକ୍ତା ତନୟା ସିଂହ । ସେହିପରି ବିଭିନ୍ନ ରକମର ଖାଦ୍ୟ ଶସ୍ୟ ବ୍ୟବହାର କରି ଦ୍ରୌପଦୀ ମୁର୍ମୁଙ୍କ ଅତି ସୁନ୍ଦର ଫଟୋ ଚିତ୍ର ଆଙ୍କିଥିଲେ ବି.କେ. କଲେଜ ଅଫ ଆର୍ଟସ ଆଣ୍ଡ କ୍ରାଫ୍ଟସର ଛାତ୍ର ମାର୍କଣ୍ଡ ସାଗର । ଯାହାକୁ ଅତ୍ୟନ୍ତ ଖୁସିର ସହ ଗ୍ରହଣ କରିଥିଲେ ରାଷ୍ଟ୍ରପତି । ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ସମେତ , ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦୀଲ୍ଲିପ ରାଉତରାୟ ଓ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।