ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ପରଲୋକ
ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ପରଲୋକ। ୯୩ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।

ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ପରଲୋକ। ୯୩ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଗତକାଲି ଘନଶ୍ୟାମଙ୍କ ପତ୍ନୀ ହୃଦଘାତରେ ପ୍ରାଣ ହରାଇଥିଲେ।
ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ, ଶ୍ରମିକ ମାନଙ୍କର ଭାଗ୍ୟ ବିଧାତା, ତଥା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ନେଇ ଗର୍ବ ଅନୁଭବ କରୁଥିବା ବୀର ସନ୍ତାନ ଯିଏ କି ଓଡ଼ିଶା ର ନାମକୁ ନେଇ ଜାତୀୟ ସ୍ତରରେ ପରିଚିତ କରାଇ ସର୍ବଭାରତୀୟ ଶ୍ରମିକ ନେତା ଭାବେ ନିଜକୁ ପ୍ରତିପାଦିତ କରି ଶ୍ରମିକ ଭାଇ ଓ ଭଉଣୀ ମାନଙ୍କ ସୁନେଲି ଭବିଷ୍ୟତ ପାଇଁ ଦିନ ରାତି ସ୍ଵପ୍ନ ଦେଖୁଥିବା ମହାନ୍ କିମ୍ବଦନ୍ତୀ ପ୍ରବାଦ ପୁରୁଷ ମହାନ୍ ଶ୍ରମିକଙ୍କ ଜନନାୟକ ଘନଶ୍ୟାମ ଜେନାଙ୍କ ପରଲୋକ ହୋଇଯାଇଛି।
ଯେଉଁ ଥିରେ ଆଜି ଓଡ଼ିଶା ସମେତ ସାରା ଦେଶ ଜଣେ ବୀର ସନ୍ତାନ, ଶ୍ରମିକ ମାନଙ୍କର ଭାଗ୍ୟ ବିଧାତା, ତଥା ଦୀନମଜୁରିଆଙ୍କ ଅନ୍ନଦାତାଙ୍କୁ ହରାଇଲା I ଯେଉଁ ଥିରେ ସ୍ଵର୍ଗତଃ ଶ୍ରୀଯୁକ୍ତ ଜେନା ସାହେବଙ୍କର ଅମର ଆତ୍ମାର ସଦଗତି ପ୍ରାପ୍ତ କରିବା ସହିତ ତାଙ୍କର ଦୁଃଖ ସନ୍ତପ୍ତ ପରିବାରଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ସମଗ୍ର ଦେଶରୁ ଶୋକବାର୍ତ୍ତା ର ସୁଅ ଛୁଟିଛି ଏଥି ସହିତ କୋଟି କୋଟି ଶ୍ରମିକ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରାଯାଇଛି।