ଗଣତନ୍ତ୍ର, ସମ୍ବିଧାନ ଓ ଦେଶ ବଞ୍ଚାଅ ଦାବିରେ କଂଗ୍ରେସର ହାଲ୍ଲା ବୋଲ
ସମ୍ବିଧାନ ପ୍ରଣୟେତା ବିଭି ଆମ୍ବେଦକର ଙ୍କର ପ୍ରତିମୂର୍ତି ତଳେ ଶାନ୍ତି ପୂର୍ଣ୍ଣ ଧାରଣା

ଭୁବନେଶ୍ୱର- ଭାରତ ବର୍ଷ ବିଶ୍ୱଦରବାରରେ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରୂପେ ନିଜର ପରିଚିତ ଜାହିର କରିଥିଲା କିନ୍ତୁ ଆଜକୁ କିଛିବର୍ଷ ହେଲା କେନ୍ଦ୍ରର ବିଜେପି ସରକାର ଭାରତବର୍ଷର ଗଣତନ୍ତ୍ର, ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା, ସାମ୍ବିଧାନିକ ଅୁନଷ୍ଠାନ ଏପରିକି ସ୍ୱାଧୀନ ଅନୁଷ୍ଠାନ ଗୁଡ଼ିକକୁ ସଂପୂର୍ଣ୍ଣ ଭାବରେ ଧ୍ୱସ୍ତବିଧ୍ୱସ୍ତ କରିସାରିଲେଣି । ଏପରିକି ଭାରତବର୍ଷର ସମ୍ବିଧାନର ପ୍ରଦତ ନୀୟମକୁ ଜାଣିସୁଣି ସରକାର ସରକାରୀ ବ୍ୟବସ୍ଥା ଏପରିକି ବିଜେପି ଦଳର ନେତୃବର୍ଗ ଖୁଲମଖୋଲା ଉଲଙ୍ଘନ କରୁଛନ୍ତି ବ୍ୟକ୍ତି ସ୍ୱାଧୀନତା ଆଜି ସଂପୂର୍ଣ୍ଣ ଲୋପ ପାଇଗଲାଣି । ଯେଉଁମାନେ ସରକାରଙ୍କ ଜନବିରୋଧି କାର୍ଯ୍ୟକଳାପ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସଂସଦ ଭିତରେ ବା ରାଜରାସ୍ତାରେ ସ୍ୱର ଉତୋଳନ କରୁଛନ୍ତି ସେ ସମସ୍ତଙ୍କର ସ୍ୱରକୁ ସିବିଆଇ, ଇଡି, ଇନକମଟ୍ୟାକ୍ସ ଏପରିକି ଅଦାଲତର ନାକୁ ନେଇ ଚାପି ଦିଆଯାଉଛି, ତାଙ୍କୁ ବାରମ୍ବାର ଭୟଭୀତ କରାଯାଉଛି । ଫଳରେ ସରକାର ଭୟ, ଅତ୍ୟାଚାର ଅନ୍ୟାୟକୁ ଏକ ରାଜନୈତିକ କୌଶଳ କରିନେଇଛନ୍ତି ବିରୋଧିଙ୍କୁ ଶକ୍ତହୀନ କରିବାପାଇଁ । ହିଣ୍ଡେନବର୍ଗ ରିପୋର୍ଟର୍ ପ୍ରକାଶ ପାଇଲା ପରେ ମୋଦି-ଆଦାନୀ ସଂପର୍କ ଗୋଟିଏ ପରେ ଗୋଟିଏ ଖୁଲାସା ଶ୍ରୀ ରାହୁଲ ଗାନ୍ଧୀ କରିବାକୁ ଲାଗିଲେ ଏପରିକି ସଂସଦର ସମସ୍ତ ତଥ୍ୟ ସମ୍ବଳିତ ମୋଦି-ଆଦାନୀ ସଂପର୍କକୁ ନେଇ ଯେଉଁ ପ୍ରଶ୍ନ ଉତ୍ଥାପନ କରିଛନ୍ତି ତାହ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏପରିକି ବିଜେପି ସରକାରକୁ ବହୁ ଅଡ଼ୁଆରେ ପକାଇଛି । କାହିଁକି ଭାରତବର୍ଷର ସମସ୍ତ ଜାତୀୟ ସଂପତି ଜଣେ ବ୍ୟବସାୟୀଙ୍କ ହାତରେ ଟେକି ଦିଆଯାଉଛି । ଏହାଦ୍ୱାରା କିଏ ଲାଭବାନ ହେଉଛି । ଆଦାନୀ ପରିବାରଦ୍ୱାରା ବିଦେଶରେ ପରିଚାଳିତ ସେଲ କମ୍ପାନୀ ମାନଙ୍କ ଦ୍ୱାରା ଯେଉଁ ୨୩ ହଜାର କୋଟି ଟଙ୍କାର ବିନିଯୋଗ ହୋଇଛି ଏ ଟଙ୍କା କାହାର ବୋଲି ସେ ପଚାରିବାଦ୍ୱାରା ନରେନ୍ଦ୍ର ମୋଦି ଏବଂ ବିଜେପିର ଗାତ୍ରଦାହ ହୋଇଛି । ଫଳସ୍ୱରୂପ ଏକ ମାନହାନୀ ମକଦ୍ଦମାରେ ୨ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇ ସଂସଦର ସଭ୍ୟ ପଦକୁ ରଦ୍ଦ କରିଦିଆଗଲା । ଏହା ଭାରତବର୍ଷର ଗଣତାନ୍ତ୍ରିକ ଇତିହାସରେ ଏଭଳି ଘଟଣା କେବେ ଦେଖାଯାଇ ନଥିଲା । କଂଗ୍ରେସ ଏବଂ ସମସ୍ତ ବିରୋଧି ଦଳ ଜଏଂଟ ପାଲ୍ୟାମେଂଟାରୀ କମିଟି ଗଠନ କରାଯାଉ ଏବଂ ଏହାର ତଦନ୍ତ ଜେପିସି ଦ୍ୱାରା କରାଯାଉ ବୋଲି ସରକାର ଗ୍ରହଣ କରିବା ପରିବର୍ତେ ଜାଣିଶୁଣି ପାଲ୍ୟାମେଂଟକୁ ବନ୍ଦ କରିଦେଲେ ଏବଂ ଏହାର ତଦନ୍ତ ପାଇଁ ସାମାନ୍ୟତମ ନିଷ୍ଠା ଦେଖାଉନାହାନ୍ତି କାହିଁକି । ଏହାଦ୍ୱାରା ସକାରର ପ୍ରକୃତ ଚେହେରା ଜଣାପଡ଼ିଯିବ ବୋଲି ଭୟରେ ଏହାକୁ ଗ୍ରହଣ କଲେ ନାହିଁ । ଗଣତନ୍ତ୍ର, ସମ୍ବିଧାନ ଓ ଦେଶର ସୁରକ୍ଷା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଆଜି ପିସିସି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୂଆବର୍ଗ, ସଂଖ୍ୟାଲଘୁ ବିଭାଗ ପକ୍ଷରୁ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରାଯାଇଥିଲା । ଗଣତନ୍ତ୍ର ବଂଚାଅ, ଦେଶ ବଂଚାଅ, ସମ୍ବିଧନା ବଂଚାଅ ସ୍ଲୋଗାନ ଦେଉଥିବା ସମୟରେ ପୋଲିସ ପକ୍ଷରୁ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ରାଜନ ଏକ୍କା,ଶିବାନନ୍ଦ ରାୟ, ଯୁଧିଷ୍ଠୀର ଜେନା, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ନକୁଲ ନାୟକ, ବାଙ୍କନିଧି ବେହେରା, ଭୂଜବଳ ମାଝୀ, ଜିଆଉଲ ହକ, ରାଜକିଶୋର ବାରିକ, ବିଷ୍ଣୁ ବାରିକ, ହଳଧର ସେଠୀ, ସରସ୍ୱତୀ ହେମ୍ବ୍ରମ, ସସ୍ମିତା ବେହେରା, ମାନସ ମଲ୍ଲିକ, ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ହଳଧର କାର୍ଜି, ପ୍ରକାଶ ଜେନା, କୈଳାସ ସାହୁ, ସନ୍ତୋଷ ନନ୍ଦ, ତରୁଣ ମିଶ୍ର, ପ୍ରଣତି ମିଶ୍ର, ଗିତାଞ୍ଜଳି ମହାନ୍ତି, କୁସୁମ ପ୍ରଧାନ, ଜାନକୀ ମଲ୍ଲିକ, କନକ ମଲ୍ଲିକ, ନିରୁପମା ପାତ୍ର, ଶ୍ରୀୟାସ୍ମିତା ପଣ୍ଡା, ସୁଭଦ୍ରା ମିଶ୍ର, ସୁଶାନ୍ତ ତ୍ରିପାଠୀ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ଶତୃଘନ ବେହେରା, କୈଳାସ ଚନ୍ଦ୍ର ସାହୁ, ରଞ୍ଜିତ ପାତ୍ର, ଦୁର୍ଯ୍ୟୋଧନ ବେହେରା, ନିମାଇ ରାଉତ, ପ୍ରସାଦ ମହାକୁଡ଼, ସତ୍ୟକାମ ସେନାପତି, ଦୀପକ ପରିଡ଼ା, ଅଭିଶେକ ରାଉତ, ଅମିତା ବିଶ୍ୱାଳ, ରଜନୀ ମହାନ୍ତି, ଗଜେନ୍ଦ୍ର ତନ୍ତି, ରାଜେନ୍ଦ୍ର ଦୁରିଆ, ମନୋଜ ବାଗ, ରତ୍ନାକର ବେହେରା, ପ୍ରଭାତ ପ୍ରତାପସିଂ, ସୁବ୍ରତ ମହାପାତ୍ର, ରାମଚନ୍ଦ୍ର ଗୋଛାୟତ, ସଂକୁନା କହଁର, ସେକ ଜାଫର, ସେକ ସିରାଜ, ସେକ କାଲା, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି,ନରୋତମ ନାୟକ, ସୁଭାଷ ପ୍ରଧାନ, ଚନ୍ଦନ କିସ୍କୁ, ବାଦଲ ହେମ୍ମ୍ରମ, ସେକ୍ ଜାଫର, ସୁଲତାନ ସାହାଦୁଲ୍ଳା, ନୌସର ଅଲ୍ଲି, ଅଶୋକ ଦାସ, ସେକ୍ ଇମାମୁଦ୍ଦିନ, ସେକ ଅବ୍ରରାର, ତାକିମ ଅହମ୍ମଦ, ମହମଦ ସାଜିଦ, ଖଗେଶ୍ୱର ମଲ୍ଲିକ, ଭଜଗୋବିନ୍ଦ ଦଳେଇ, ଭରତ ବେହେରା, ଦେବେନ୍ଦ୍ର ଦାସ, ମଂଟୁ ମଲ୍ଲିକ, ରମାକାନ୍ତ ନାୟକ, ଟିକନ ବେହେରା, ନିଳକଣ୍ଠ ଦାସ, ବିପ୍ରବର ସାହୁ, ଗୋପାଳ ସାହୁ, ଯୋଗେଶ ଅଗ୍ରୱାଲ, ବାବୁଲି ମଲ୍ଲିକ, ରଞ୍ଜନ ଜେନା, ସୁକମାର ପ୍ରଧାନ, ସାଗର ପରିଡ଼ା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।