ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଟ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଡାକ୍ତରୀ ଏବଂ ନର୍ସିଂ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ନିଟ ୨୦୨୩ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଟ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଡାକ୍ତରୀ ଏବଂ ନର୍ସିଂ ପଢ଼ିବା ପାଇଁ ପ୍ରବେଶିକା ପରୀକ୍ଷା ନିଟ ୨୦୨୩ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି । ଜିଲ୍ଲା ଏବଂ ଜିଲ୍ଲା ବାହାରର ମୋଟ ୫୫୪ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାରେ ସକ୍ଷମ ହୋଇପାରିଛନ୍ତି । ଜିଲ୍ଲା ମହକୁମାରେ ଥିବା ବାପୁଜୀ ପବ୍ଲିକ ସ୍କୁଲ, ହିର୍ଲି ସ୍ଥିତ ଏକଲବ୍ୟ ରେଶିଡେନସିଆଲ ସ୍କୁଲ ଏବଂ ୟୂନିକ୍ ପବ୍ଲିକ ସ୍କୁଲରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା । ୟୂନିକ୍ ପବ୍ଲିକ ସ୍କୁଲରେ ସର୍ବାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଏନ୍ ଟି ଏ ଦ୍ଵାରା ତାଲିମ ପ୍ରାପ୍ତ କରିଥିବା ସିଟି କୋଡିନେଟର ଦେବ କୁମାର ରେଡ୍ଡୀ ଏହି ପରୀକ୍ଷା ସୂଚାରୁରୂପେ ପରିଚାଳିନା କରିଥିଲେ । ୟୂନିକ୍ ପବ୍ଲିକ ସ୍କୁଲରେ ଏହି ପରୀକ୍ଷାକୁ ଚେଟି ମନିଷା ପରିଚାଳିନା କରିଥିଲେ । ଏଥିପାଇଁ ସହଯୋଗ କରିଥିବା ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ୟୂନିକ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ବାଲାଜୀ ରେଡ୍ଡୀ କୃତଜ୍ଞତା ଜଣାଇଛନ୍ତି । ଏହି ପରୀକ୍ଷା ପାଇଁ ଜିଲ୍ଲା ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।