ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ
ବାବୁଙ୍କ ଘରେ ଟଙ୍କାର ପାହାଡ । ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହୋଇପଡିଛନ୍ତି । ଏପର୍ଯ୍ୟନ୍ତ ଜବତ ହେଲାଣି ୩ କୋଟିରୁ ଅଧିକ ଟଙ୍କା ।

ବାବୁଙ୍କ ଘରେ ଟଙ୍କାର ପାହାଡ । ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହୋଇପଡିଛନ୍ତି । ଏପର୍ଯ୍ୟନ୍ତ ଜବତ ହେଲାଣି ୩ କୋଟିରୁ ଅଧିକ ଟଙ୍କା । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ବିଭିନ୍ନ ଘରୁ ଜବତ ହୋଇଛି ୩ କୋଟି ୨ ଲକ୍ଷରୁ ଅଧିକ ଟଙ୍କା । ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ୱର ଘର ନିକଟ ପଡ଼ୋଶୀ ଘରୁ ଜବତ କରିଛି ୨ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା । ସେହିପରି ନବରଙ୍ଗପୁର ସରକାରୀ ବାସଭବନରୁ ଟଙ୍କା ଭର୍ତ୍ତି ଥିବା ଦୁଇଟି ପେଟି ମିଳିଛି । ଗୋଟିଏ ୫୬ ଲକ୍ଷ, ଓ ଆଉ ଗୋଟିଏରୁ ୨୧ ଲକ୍ଷ ଟଂକା ମିଳିଛି । ଏବେ ବି ଗଣତି ଜାରି ରହିଛି ।
ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଭୁବନେଶ୍ୱର କାନନ ବିହାର ଘର ଛାତ ଉପରୁ ପଡୋଶୀ ଛାତକୁ ଫିଙ୍ଗି ଦିଆଦିଆଯାଇଥିଲା ପେଟି ପେଟି ଟଙ୍କା । ଗୋଟିଏ ବ୍ରିଫ୍ କେସ ଓ ୬ଟି ପେଟିରୁ ବିପୁଳ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ପେଟି ଗୁଡିକରେ ୫ଶହ ଟଙ୍କାର ବିଡା ବିଡା ନୋଟ୍ ଭର୍ତି ହୋଇରହିଛି । ଭିଜିଲାନ୍ସ ଟିମ୍ ଚଢାଉ କରିବା ପାଇଁ ଆସିବା ବେଳେ ତରବରିଆ ଭାବେ ଏହି ଟଙ୍କା ଭର୍ତି ପେଟି ଗୁଡିକ ପ୍ରଶାନ୍ତ ରାଉତଙ୍କ ଘରକୁ ଲାଗି ରହିିଥିବା ଆଉ ଏକ ଘର ଛାତ ଉପରକୁ ଫିଙ୍ଗି ଦିଆଯାଇଥିଲା । ଏହି ସବୁକୁ ଜବତ କରିଛି ଭିଜିଲାନ୍ସ । ଏହାସହ ଛାତ ଉପରେ ଫିଙ୍ଗାଯାଇଥିବା ବ୍ରିଫକେସରେ ସୁନା ଓ ରୂପା ଅଳଙ୍କାର ସହିତ ଗୋଲ୍ଡ କଏନ୍ ଓ ବିଭିନ୍ନ ବ୍ୟାଙ୍କର ପାସବୁକ ସହିତ ଜମି ପଟ୍ଟା ରହିଛି ।