ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ପୁରିଲା ମାସେ, ଥାନାରେ ହେଲା ନବକଳେବର

ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ପୁରିଲା ମାସେ I ଥାନାରେ ହେଲା ନବକଳେବର I ପୂଜା ପାଠ ସହ ପୁଣିଥରେ ଆରମ୍ଭ ହେଲା ନବକଳେବର ହୋଇଥିବା ଥାନାରେ କାର୍ଯ୍ୟ I ଯୋଗଦେଲେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ I

ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ପୁରିଲା ମାସେ, ଥାନାରେ ହେଲା ନବକଳେବର

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ଘଟଣା କୁ ଇତି ମଧ୍ୟ୍ୟରେ ମାସେ ପୁରିଛି I ମାସେ ପରେ ପୁଣି ଥରେ ଚଳଚଞ୍ଚଳ ହୋଇଛି ଫିଇଙ୍ଗିଆ ଥାନା I ପୂର୍ବପରି ଆରମ୍ଭ ହୋଇଛି ଥାନା କାର୍ଯ୍ୟ I ତେବେ ଗତ ୫ଅଗଷ୍ଟ ଫିରିଙ୍ଗିଆ ଥାନାପାଇଁ ଥିଲା ଏକ ଦୂରଦିନ I ଏହି ଥାନାରେ କାର୍ଯ୍ୟରତ ତତ୍କାଳୀନ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସହ ଦୁଇଜଣ ଗୃହ ରଖି ପୋଲିସ ଦ୍ୱାରା ଜବତ ହୋଇଥିବା ଗଞ୍ଜେଇ କୁ ଅନ୍ୟତ୍ର ଚାଲାଣ କରୁଥିବା ଏକ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲିଲା I

ପରେ ଏହି ମୋବାଇଲ ଭିଡ଼ିଓ କୁ କେନ୍ଦ୍ର କରି ସମ୍ପୃକ୍ତ ପୋଲିସ ଅଧିକାରୀ ଓ ଦୁଇ ଗୃହ ରଖି ଙ୍କୁ ଗିରଫ ଦାବିରେ ରାସ୍ତାକୁ ଉହ୍ଲାଇ ଆସିଲେ ଅଞ୍ଚଳର ସାହସହ ଜନ ସାଧାରଣ I ରାଜରାସ୍ତାରେ ରାସ୍ତାରୋକ କରିବା ସହ ଆନ୍ଦୋଳନ କାରି ଙ୍କୁ ବୁଝାସୁଝା କରିବା ପାଇଁ ଘଟଣା ସ୍ଥଳକୁ ଯାଇଥିବା କାର୍ଯ୍ୟରତ ଏସ୍ଡ଼ିପିଓ ଙ୍କୁ ଆନ୍ଦୋଳନ କାରି ମାନେ ମାରଣାନ୍ତକ ଆକ୍ରମଣ କରିବା ସହ ଥାନାରେ ନିଆଁ ଲଗାଇ ଦେଇଥିଲେ I କ୍ଷଣକ ମଧ୍ୟରେ ଥାନା ସମ୍ପୂର୍ଣ ପୋଡିଯିବା ସହ ନିମିଷକ ମଧ୍ୟ୍ୟରେ ଥାନା ଜଳିପୋଡି ପାଉଁଶ ହୋଇଯାଇଥିଲା I

ଏହାପରେ ଘଟଣାକୁ ନେଇ ରାତାରାତି ରାଜ୍ୟ ପୋଲିସ ମୁଖିଆ ଙ୍କ ନିର୍ଦେଶ କ୍ରମେ ତତ୍କାଳୀନ ଥାନାଧିକାରୀ ଙ୍କୁ ଅନ୍ୟତ୍ର ବଦଳି କରାଯାଇ ଥାନା ପୋଡି ର ଗୋଟିଏ ଦିନ ପରେ ଥାନାର ନୂତନ ଥାନା ଅଧିକାରୀ ଭାବରେ ରମେଶ କୁମାର ପ୍ରଧାନ ଙ୍କୁ ଥାନା ଅଧିକାରୀ ଭାବରେ ଦାଇତ୍ୱ ଦିଆଜାଇଥିଲା I ନୂତନ ଥାନା ଅଧିକାରୀ ଭାବରେ ରମେଶ କୁମାର ପ୍ରଧାନ ଯୋଗଦେଲା ପରେ ଆରମ୍ଭ ହୋଇଥିଲା ଥାନାର ନବକଳେବର କାର୍ଯ୍ୟ I

ଶ୍ରୀହୀନ ହୋଇପଡିଥିବା ଏହି ଥାନାରେ ନବକଳେବର କାର୍ଯ୍ୟ ସାରିବାକୁ ପ୍ରାୟ ମାସେ ଲାଗିଯାଇଥିଲା I ଗୋଟେପଟେ ଥାନା ସଜଡ଼ା କାମ ସହ ଅନ୍ୟପଟେ ଏହି ଥାନା ପୋଡି ଘଟଣା ପରେ ଅଶାନ୍ତ ହୋଇ ପଡ଼ିଥିବା ଫିରିଙ୍ଗିଆ ଅଞ୍ଚଳ ରେ କିଭଳି ଶାନ୍ତି ଫେରି ଆସିବ ସେଦିଗରେ ମଧ୍ୟ୍ୟ ଥାନା ଅଧିକାରୀଙ୍କ ପ୍ରୟାସ ଜାରି ରହିଥିଲା I ତେବେ ଶେଷରେ ଥାନାରେ ସମସ୍ତ କାର୍ଯ୍ୟ ସରିଯାଇଥିବା ବେଳେ ପୁଣି ଥରେ ପୂର୍ବପରି ଚଳିବ ଫିରିଙ୍ଗିଆ ଥାନା I

ପୂର୍ବପରି ଥାନା ତରଫରୁ ଜନସାଧରଣଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଅଞ୍ଚଳ ରେ କିଭଳି ଶାନ୍ତି ପ୍ରତିଷ୍ଠା ହେବ ପୋଲିସ ଓ ଜନ ସାଧାରଣ ଙ୍କ ମଧ୍ୟ୍ୟରେ କିଭଳି ସୁସମ୍ପର୍କ ସ୍ଥାପନ ହୋଇ ପାରିବ ସେଦିଗରେ ପୋଲିସ ସଦାସର୍ବଦା ସଜାଗ ରହିବ ବୋଲି ବାର୍ତା ଦେଇଛନ୍ତି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର I ବୁଧବାର ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୋଡି ଯାଇଥିବା ଥାନାରେ ନବକଳେବର ପରେ ଅନୁଷ୍ଠାନିକ ଭାବରେ ହୋମ ଯଜ୍ଞ ସହ ଥାନା କୁ ପୁଣିଥରେ ଚାଲୁ କରାଯାଇଛି I

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ