ଶାନ୍ତି ପାଇଁ ଶାନ୍ତି କମିଟି

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଉପାନ୍ତ ଅଞ୍ଚଳ ତଳଦଣ୍ଡିକିଆ ପଞ୍ଚାୟତ ସଭା ଗୃହ ରେ ଫିରିଙ୍ଗିଆ ଥାନା ତରଫରୁ ଶାନ୍ତି କମିଟି ବୈଠକ  ଅନୁଷ୍ଠିତ l

ଶାନ୍ତି ପାଇଁ ଶାନ୍ତି କମିଟି

କନ୍ଧମାଳ ୧୬/୮ /୦୨୩ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପୋଡି ଘଟଣା ପରେ ଅଞ୍ଚଳ ରେ ଗିରଫ ଭୟରେ ଲୋକେ ଘରେ ରହୁ ନଥିବା ବେଳେ ଅଧିକାଂଶ ଲୋକଙ୍କୁ ବିନା କାରଣରେ ସମ୍ପୃକ୍ତି ନଥାଇ ପୋଲିସ ଗିରଫ କରୁଥିବା ନେଇଁ ଅଞ୍ଚଳ ରେ ଉତେଜନା ଦେଖା ଦେଇଥିଲା ଓ ଲୋକେ ବଜାର କୁ କିମ୍ବା କୌଣସି କାର୍ଯ୍ୟରେ ଭୟରେ ଆସୁ ନଥିଲେ l

ଏହି ଘଟଣା ପରେ ନୂତନ ଥାନା ଅଧିକାରୀ ରମେସ କୁମାର ପ୍ରଧାନ ଅଞ୍ଚଳ ରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରିବା ସହ ଗାଁ ଗାଁ ରେ ଶାନ୍ତି କମିଟି ବୈଠକ କରିଥିବା ବେଳେ ଆଜି ଉପାନ୍ତ ଅଞ୍ଚଳ କୁହାଯାଉଥିବା ତଳ ଦଣ୍ଡିକିଆ ପଞ୍ଚାୟତ ସଭାଗୃହ ରେ ଫିରିଙ୍ଗିଆ ଥାନା ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଏ ଏସ ଆଇ ଦେବାଶିଷ ମଣ୍ଡଳ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର,ତଳ ଦଣ୍ଡିକିଆ ସରପଞ୍ଚ ଶଙ୍କର ପ୍ରଧାନ, ଓ ତଳ ଦଣ୍ଡିକିଆ ପଞ୍ଚାୟତ ର ଶତାଧିକ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ l ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସୁ ସମ୍ପର୍କ ରଖି ଲୋକଙ୍କ ସେବା କରିବା ସହ ଥାନା ପୋଡି ଘଟଣା ପରେ ଲୋକେ ଭୟରେ ବାହାରୁ ନ ଥିବାରୁ ଅଞ୍ଚଳ ରେ ଶାନ୍ତି ଫେରାଇ ଆଣିବାକୁ ନିବେଦନ କରିଥିଲେ l ପରେ କୌଣସି ନିର୍ଦୋଷ ବ୍ୟକ୍ତି କୁ ଗିରଫ କିମ୍ବା ହଇରାଣ ନ କରିବାକୁ ଆଶ୍ୱାସନା ଦେବା ସହ ଥାନା ଅଧିକାରୀଙ୍କ ସହ ନିର୍ଦ୍ୱନ୍ଦ୍ୱ ରେ ଆଲୋଚନା କରିପାରିବେ ବୋଲି ସୂଚନା ଦେଇଥିଲେ l


କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ