ଫିରିଙ୍ଗିଆ ଥାନା ରେ କଂଗ୍ରେସ ର ୭ ଜଣିଆ ଟିମ

ଥାନା ପୋଡି ଓ ଜନସାଧାରଣ ଙ୍କ ସମସ୍ୟା କୁ ନେଇ ଥାନାରେ ଅଧକାରୀ ମାନଙ୍କ ସହ କଲେ ଆଲୋଚନା

ଫିରିଙ୍ଗିଆ ଥାନା ରେ କଂଗ୍ରେସ ର ୭ ଜଣିଆ ଟିମ

କନ୍ଧମାଳ ଜିଲ୍ଲା  ର ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ଥାନା ଅଧିକାରୀ ଓ ସ୍ଥାନୀୟ ପୋଲିସ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା କଂଗ୍ରେସ ର ୭ ଜଣିଆ ଟିମ ଫିରିଙ୍ଗିଆ ରେ ଥାନା ପୋଡି ଓ ହୋଇଥିବା ପୋଲିସ ର ଜନସାଧାରଣ ଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ମାଡ଼ ମାରିବା ଘଟଣା  କୁ ନେଇ ଆଲୋଚନା କରିବା ସହ ଶାନ୍ତି ଫେରାଇ ଆଣିବାକୁ ଫିରିଙ୍ଗିଆ ଥାନାରେ ଆଲୋଚନା କରିଛନ୍ତି l ଆଜି ଦିନ ୪ ଟାରେ ଜିଲ୍ଲା କଂଗ୍ରେସ ଯୁବ ସଭାପତି ଚନ୍ଦନ ପଣ୍ଡା ଙ୍କ ନେତୃତ୍ୱ ରେ କଂଗ୍ରେସ ର  ୭ଜଣିଆ ଟିମ ଟିକାବାଲି ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ପ୍ରଧାନ, ପ୍ରଫୁଲ କୁମାର ଦାଶ  କିସାନ ସେଲ ସଦସ୍ୟ, ସାରଧର କହଁର, ଶରତ କୁମାର ଦିଗାଲ, ଗୋକୁଳ କହଁର, ଅନନ୍ତ କହଁର ଫିରିଙ୍ଗିଆ ବ୍ଲକ ରେ କିଛି ଜନସାଧାରଣ ଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଫିରିଙ୍ଗିଆ ଥାନାକୁ ଜାଇ ଥାନାର ସ୍ଥିତି ଅନୁଧ୍ୟାନ କରିବା ସହ କାମାଣ୍ଡାଣ୍ଟ ପି କେ ରାଉତ, ଫିରିଙ୍ଗିଆ ନୂତନ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଅନ୍ୟ ଅଧିକାରୀ ଙ୍କ ସହ ଥାନା ପୋଡି ଓ ଘଟଣା ପରେ ପୋଲିସ ନିରୀହ ଲୋକଙ୍କୁ ମାଡ଼ ମାରିବା ଓ ଜେଲକୁ ପଠାଇବା ଭଳି ସମସ୍ୟା ବିଷୟରେ ଆଲୋଚନା କରିବା ସହ ପ୍ରକୃତ ଦୋଷୀକୁ ଦଣ୍ଡ ପାଇବେ ଓ ନିରୀହ ଲୋକଙ୍କୁ ବାଦ ଦେବା ପାଇଁ ଆଲୋଚନା କରିବା ସହ କିଭଳି ଭାବରେ ଶାନ୍ତି ଫେରିବ ସେ ନେଇ ଆଲୋଚନା କରିଥିଲେ l

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ