ଜଗତପୁର ଅଞ୍ଚଳରୁ ନକଲି ଚା' ପତି କମ୍ପାନୀ ଠାବ

କଟକ ଜଗତପୁର ଅଞ୍ଚଳରୁ ନକଲି ଚା' ପତି କମ୍ପାନୀ ଠାବ

ଜଗତପୁର ଅଞ୍ଚଳରୁ ନକଲି ଚା' ପତି କମ୍ପାନୀ ଠାବ

କଟକ ଜଗତପୁର ଅଞ୍ଚଳରୁ ନକଲି ଚା' ପତି କମ୍ପାନୀ ଠାବ। ବିପୁଳ ପରିମାଣର ନକଲି ଟାଟା ଚା ପତି ଜବତ ହୋଇଛି। ସିଏମ୍ସି ଓ ସିଡିଏର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ କରାଯାଇଛି।

ସୂଚନାନୁଯାୟୀ, ୪୮ ନମ୍ବର ୱାର୍ଡ ଲକ୍ଷ୍ମଣପୁର ପଟ୍ଟାମୁଣ୍ଡେଇ କେନାଲ ପାର୍ଶ୍ଵ ଏକ ଜବରଦଖଲ ସରକାରୀ ଜମିରେ ଥିବା ଏକ ଘରେ ୩ ବର୍ଷ ହେବ ନକଲି ଚା ପତି କମ୍ପାନୀ ଚାଲିଥିଲା।

ସିଏମ୍ସି ଓ ସିଡିଏର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଘର ଭାଙ୍ଗିବା ସମୟରେ ଏହି କମ୍ପାନୀ ଠାବ ହୋଇଛି। ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ପ୍ୟାକେଟ କରି ଚା ପତି ପ୍ୟାକିଂ କରାଯାଉଥିବା ଜଣାପଡ଼ିଛି।