ମହାନଦୀରେ ପ୍ରବାହିତ ହେବ ବର୍ଷର ପ୍ରଥମ ବନ୍ୟାଜଳ : ଦିନ ୧୨ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟା ଜଳ

ମୁଣ୍ଡଳିରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା

ମହାନଦୀରେ ପ୍ରବାହିତ ହେବ ବର୍ଷର ପ୍ରଥମ ବନ୍ୟାଜଳ : ଦିନ ୧୨ଟା ସୁଦ୍ଧା ପିକରେ ପହଞ୍ଚିବ ବନ୍ୟା ଜଳ

କଟକ ୩୦/୦୭: ହୀରାକୁଦ ବନ୍ୟାଜଳ ଛାଡିବା ପରେ ଆଜି ମହାନଦୀରେ ପ୍ରବାହିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ମୁଣ୍ଡଳି ଦେଇ ୫ ଲକ୍ଷ କ୍ୟୁସେକରୁ ଉର୍ଦ୍ଧ ଜଳ ପ୍ରବାହିତ ହେବ । ସକାଳ ୯ଟା ସୁଦ୍ଧା ଏହି ଜଳ ପ୍ରବାହିତ ହେବା ଆରମ୍ଭ ହେବ । ତଳି ଅଞ୍ଚଳବାସୀଙ୍କୁ ପୂର୍ବରୁ ସତର୍କ କରାଯାଇଛି । 
ସୋମବାର ରାତି ୯ଟା ସୁଦ୍ଧା ଖଇରମାଳ ଦେଇ ୫ ଲକ୍ଷ ୨ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିଲା । ବରମୂଳ ୪ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ମୁଣ୍ଡଳି ଦେଇ ୧ ଲକ୍ଷ ୨୭ ହଜାର କ୍ୟୁସେକ ପ୍ରବାହିତ ହେଉଛି । ଯୋବ୍ରା ଦେଇ ୮୩ ହାଜର କ୍ୟୁସେକ ହେବ । ନରାଜ ଦେଇ କାଠଯୋଡିରେ ମଧ୍ୟ ୫୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ ।


ତେବେ କଟକ ମୁଣ୍ଡଳି ବ୍ୟାରେଜରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟାଜଳ । ଫଳରେ ଫୁଲୁଛି ମହାନଦୀ ଓ ଅନ୍ୟ ଶାଖା ନଦୀର ଜଳସ୍ତର । ଜଳ ସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ବାଲେଶ୍ୱର ମାଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ଏହା ସ୍ଥିର ରହିଛି । ତେବେ ଅନ୍ୟ ସ୍ଥାନ ମାନଙ୍କରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ସେଭଳି କୌଣସି ସୂଚନା ନାହିଁ ।
ତେବେ ଆଜି ମୁଣ୍ଡଳିରେ ହୀରାକୁଦ ପାଣି ପହଞ୍ଚିଥିବାରୁ ମହାନଦୀରେ ଜଳସ୍ତର ବଢୁଛି । ଏହା ବଢିବ ମଧ୍ୟ । ତେବେ ଏଠାରେ ଜଳ ପ୍ରବାହ ୫.୧୦ ଲକ୍ଷ କ୍ୟୁସେକ୍ସ ମଧ୍ୟରେ ରହିବ । ତେଣୁ ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ ।