ସାଂସଦ ନିରଞ୍ଜନ ବିଶି ଙ୍କ ଟିଟିଲାଗଡ ଗ୍ରସ୍ତ

ବର୍ଷରେ ଭିଜି ଭିଜି ଦେଖିଲେ ଗୋଶାଳା, ସତ୍ୟ ନାରାୟଣ ମନ୍ଦିର ପୂଜା ରେ ଯୋଗ ଦେଲେ l

ସାଂସଦ ନିରଞ୍ଜନ ବିଶି ଙ୍କ ଟିଟିଲାଗଡ  ଗ୍ରସ୍ତ

ଟିଟିଲାଗଡ ୧୩,୦୮: ଆଜି  ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଟିଟିଲାଗଡ ଗସ୍ତ ରେ ଆସି  ଟିଟିଲାଗଡ ସର୍ଗିଗୁଡ଼ା ରେ ଥିବା ସତ୍ୟ ନାରାୟଣ ମନ୍ଦିର ପୂଜା ରେ ଯୋଗ ଦେଇଥିଲେ l ଗୁଜରାଟୀ ସମାଜ ଦ୍ୱାରା ପରିଚାଳିତ ହେଉଥିବା ୟେହୀ ବହୁ ପୁରାତନ ମନ୍ଦିର ରେ ସମାଜର ସଦସ୍ୟଙ୍କ ସହିତ ସାକ୍ଷାତ କରିଥିଲେ l  ସଦସ୍ୟା ଙ୍କ ଅନୁରୋଧ କ୍ରମେ ମନ୍ଦିର ପରିସରରେ ନାନା ପ୍ରକାର ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବହୁ ଅସୁବିଧା ହେଉଥିବାରୁ ରୁ ଏକ କମ୍ୟୁନି୍ଟ ଗୃହ ପାଇ ଅନୁରୋଧ କରି ଥିଲେ l ସାଂସଦ ବିଶି ୟାହାର ଯଥାର୍ଥ ଦେଖି ନିଜ ସାଂସଦ ପାଣ୍ଠି ରୁ ଦଶ ଲକ୍ଷ୍ୟ ଟଙ୍କା ଯୋଗାଇ  ଦେବାର ପ୍ରତିଶୃତି ଦେଇଥିଲେ l ୟେଥିରେ ଗୁଜରାଟୀ ସମାଜର ହରିଶ ରାଇଥତା ଜୟନ୍ତିଲାଲ ପୋପଟ,   ହରିଶ ପୋପଟ, ଆଶ୍ୱିନ ଠକର ,ମୁକେଶ ଚୱଦା, ଶିଳା ଠକର , ଗୀତା   ଛାୱାଦା ପ୍ରମୁଖ ଓ ଉପସ୍ଥିତ   ସମସ୍ତ ସଦସ୍ୟ ,ଉପସ୍ଥିତି ଭକ୍ତ ଭୂରି ଭୂରି ପ୍ରଶଂସା କରିଥିଲେ l  ପରେ ସାଂସଦ ବିଶି ଟିଟିଲାଗଡ ଆଦିବାସୀ ଭବନ ରେ ଏକ ସଭାରେ ଯୋଗଦେଇ ଟିଟିଲାଗଡ  ପୂର୍ତ୍ତ ବିଭାଗର ଡାକ ବଙ୍ଗଳା  ରେ ଅପେକ୍ଷା କରିଥିବା ଟିଟିଲାଗଡ ଗୋଶାଳା ର ପରିଚାଳନା କମିଟି ର ସଦସ୍ୟ ଉଙ୍କୁ ଭେଟି ଥିଲେ l ଗୋଶାଳା  କମିଟି ର ଟିଟଲାଗଡ ଗୋଶାଳା ର ପରିଚାଳନାରେ ସମସ୍ତ ସୁବିଧା ଓ  ଅସୁବିଧା ଜଣାଇଥିଲେ l  ସାଂସଦ ପୂର୍ବରୁ ଟିଟିଲାଗଡ ରେ ଚାକିରି କରିଥିବା ସମୟରୁ ୟେହି ଗୋଶାଳା ସହିତ ଯୋଡି ହୋଇ ଥିଲେ ପ୍ରାୟତ ସକାଳୁ ଗୋଶାଳା କୁ ଯାଇ ଗରୁ ସେବା କରିବା ସହ ଗୋ ମୂତ୍ର ପନ୍ କରିବା କଥା ମନେ ପକାଇ ଥିଲେ l   ଗୋଶାଳା କମିଟି ର ସଦସ୍ୟ ଙ୍କ ଅନୁରୋଧ କ୍ରମେ ବର୍ଷା ହେଉଥିବା ସତ୍ୟେ ଗୋଶାଳା କୁ ଯାଇ ସମସ୍ତ ବ୍ୟବସ୍ଥା ପରିଦର୍ଶନ କରିଥିଲେ l କିଛି ସମୟ ଗୋଷଲେରେ ଗୋରୁ ମନାଙ୍କ  ସହ ସମୟ ବିତାଇବା ସହ ୟେହାର ଉନ୍ନତି କରଣ ଓ ସୁବ୍ୟବସ୍ଥିତ କରିବା ପାଇ ଯଥା ସମ୍ଭବ ସାଂସଦ ପାଣ୍ଠି ର ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ୟେଥିରେ ଗୋଶାଳା କମିଟିର ଜୟ ନାରାୟଣ ଅଗ୍ରୱାଲ, ରାଧେଶ୍ୟାମ ଅଗ୍ରୱାଲ, ସତ୍ୟନାରାୟଣ ଗୁପ୍ତା, ରାଜେଶ ଅଗ୍ରୱାଲ, ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ,  ସାଂସଦ ଙ୍କୁ ଧନ୍ୟବାଦ୍ ଦେଇଥିଲେ l