ଓଭର ଡୋଜ ମେଡିସିନ ରେ ଶିଶୁପୁତ୍ର ମୃତ
ଓଭର ଡୋଜ ଭେକସିନ ପାଇ ଦୁଇ ମାସର ଶିଶୁପୁତ୍ର ମୃତ, ଥାନା ରେ ଅଭିଯୋଗ

ଓଭର ଡୋଜ ଭେକସିନ ପାଇ ଦୁଇ ମାସର ଶିଶୁପୁତ୍ର ମୃତ, ଥାନା ରେ ଅଭିଯୋଗ ।
ସୁବର୍ଣ୍ଣପୁର,, ସୁବର୍ଣ୍ଣପୁର ଜିଲ୍ଲା ଏସ. ରାମପୁର ଥାନା ରେ ଓଭରଡୋଜ ଭେକସିନ ପାଇଁ ୨ ମାସର ଶିଶୁ ପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଧାନବସା ଗ୍ରାମର ନରେନ୍ଦ୍ର ଷାଣ୍ଢ ଓ ତାଙ୍କ ପତ୍ନୀ ପ୍ରମୋଦିନୀ ଷାଣ୍ଢ ତାଙ୍କର ଦୁଇ ମାସର ଶିଶୁପୁତ୍ରକୁ ମାୟାବର୍ହା ସ୍ଥିତ ଜୀବନଦାଦର ଅଙ୍ଗନବାଡି କେନ୍ଦ୍ର(କ)କୁ ଭେକସିନ ଦେବାକୁ ଆସିଥିଲେ Iସେଠାରେ ମାୟାବର୍ହା ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ ମୀରା ସାହୁ ଏକା ସାଙ୍ଗରେ ଚାରୋଟି ଭେକସିନ ଦେଇଥିବା ବେଳେ କୁନିପୁଅକୁ ଧରି ମା ବାପା ଘରକୁ ଚାଲି ଆସିଥିଲେ I କିନ୍ତୁ ଘରେ ଦୁଇ ମାସର ଶିଶୁପତ୍ର ଅଚେତ ହୋଇପଡ଼ିଥିଲେ I ଫଳରେ ମା ବାପା ପୁଅକୁ ଅଚେତ ଅବସ୍ତାରେ ବରପାଲି ମେଡିକାଲକୁ ନେଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ନେଉଥିବା ବାଟରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି I ତେବେ ଓଭର ଡୋଜ ଭେକସିନ ପାଇଁ ଶିଶୁପୁତ୍ରର ମୃତ୍ୟୁ ହୋଇଥିବାରୁ ଉପଯୁକ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବାପାଇ ଏସ. ରାମପୁର ଥାନାରେ ବାପା ନରେନ୍ଦ୍ର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଏନଏମ ଙ୍କୁ ଥାନା କୁ ଡାକି ପଚରା ଉଚରା ଜାରୀ ରଖିଥିବା ଜଣାପଡିଛି