ଶେଷ ହେଲା ପ୍ରଚାର, ଜୁନ୍ ୧ତାରିଖରେ ଭାଗ୍ୟ ପରିକ୍ଷା

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ; ଜୁନ୍ ୧ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଶେଷ ହେଲା ପ୍ରଚାର, ଜୁନ୍ ୧ତାରିଖରେ ଭାଗ୍ୟ ପରିକ୍ଷା

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଜୁନ ୧ରେ ଭୋଟ୍ । ଓଡ଼ିଶାରେ ୬ଟି ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ହେବ ମତଦାନ । ଏହି ପର୍ଯ୍ୟାୟରେ ମୋଟ୍ ୪୬୦ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ୧୦,୮୮୨ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ମୋଟ୍ ୯୯.୬୧ ଲକ୍ଷ ଭୋଟର୍ । ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେଥିପାଇଁ ସୁରକ୍ଷାକୁ କଡ଼କଡ଼ି କରିବା ସହ ୧୨୬ ସିଏପିଏଫ୍ କମ୍ପାନୀ ମୁତୟନ ହୋଇଛନ୍ତି ।

ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ । ସେ କହିଛନ୍ତି ଯେ, ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଅର୍ଥାତ ମୟୂରଭଞ୍ଜ (ଏସ୍‌ଟି), ବାଲେଶ୍ୱର, ଭଦ୍ରକ (ଏସ୍‌ସି), ଯାଜପୁର(ଏସ୍‌ସି), କେନ୍ଦ୍ରାପଡ଼ା ଓ ଜଗତସିଂହପୁର(ଏସ୍‌ସି)ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁଜୁନ ୧ ତାରିଖରେ ମତଦାନ ହେବ । ମୋଟ୍ ୬୬ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ ୫୫ ଓ ମହିଳା ପ୍ରାର୍ଥୀ ୧୧ ରହିଛନ୍ତି । ସେହିପରି ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ୍ ୩୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷ ୩୩୬ ଓ ମହିଳା ୫୮ ପ୍ରାର୍ଥୀ ରହିଛନ୍ତି । ଏହି ପର୍ଯ୍ୟାୟରେ ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ୍ ୯୯ ଲକ୍ଷ ୬୧,୦୫୭ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮,୦୭୬ ପୁରୁଷ, ୪୮ ଲକ୍ଷ ୭୨,୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୮ରହିଛି । ଏମାନଙ୍କ ମଧ୍ୟରେ ୨ଲକ୍ଷ ୫୭,୩୪୫ ଜଣ ୧୮ରୁ୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦ରୁ୨୯ ବର୍ଷ ବୟସର୨୦ ଲକ୍ଷ ୫୧,୫୦୫ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ୧୦,୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ (ମୋଟ୍‌: ୧୦,୮୮୨) ମତଦାନ କେନ୍ଦ୍ର ରହିଛି । ମତଦାନ କେନ୍ଦ୍ର ପିଛା ପ୍ରାୟ ୯୧୫ ଜଣ ମତଦାତା ରହିଛନ୍ତି । ଏହି ସମସ୍ତ ବୁଥ୍‌ରେ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ ।

ଶ୍ରୀ ଧଳ କହିଛନ୍ତି ଯେ, ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ୍‌, ୧୩୪୬୨ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୪୬୦୬ଟି ଭିଭିପାଟ୍ ନିୟୋଜିତ ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ମୋଟ୍ ୧୪୧୨୨ଟି ବାଲାଟ୍ ୟୁନିଟ୍‌, ୧୩୪୪୭ଟି କଣ୍ଟ୍ରୋଲୟୁନିଟ୍ ଓ ୧୪୬୩୮ଟି ଭିଭିପାଟ୍ ବ୍ୟବହାର ହୋଇଛି । ଏହି ପର୍ଯ୍ୟାୟ ପାଇଁଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩ ଜଣ ପୋଲିସ ପର୍ଯ୍ୟବେକ୍ଷକ ଓ ୧୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ୧୪୦୦ରୁ ଊର୍ଦ୍ଧ୍ୱ ଭୋଟ୍ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ପ୍ରତିଶତ ଆଦର୍ଶମତ ଦାନ କେନ୍ଦ୍ର ବା ମଡ଼େଲ୍ ବୁଥ୍ ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍ ଲୋକେସନ୍‌ରେ ଅନ୍ୟୁନ ଜଣେ ସ୍ୱେଚ୍ଛାସେବୀ ଓ ଜଣେ ଲେଖାଏଁ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।

ଶ୍ରୀ ଧଳ କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଠାରେ୧୨୫କମ୍ପାନୀ ସିଏପିଏଫ୍ (ସେଣ୍ଟ୍ରାଲଆର୍ମଡ଼୍ ପୋଲିସ ଫୋର୍ସ) ନିୟୋଜିତ ହେବେ । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ କରାଯିବ । ଏହା ପୂର୍ବରୁ ଯାଜପୁର ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନର ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ ପରେ ଜିଲ୍ଲାରେ ମୋଟ ୨୧ କମ୍ପାନୀ ସିଏପିଏଫ୍ ମୁତୟନ ହୋଇ ରହିବେ । ଏହା ସହ ସାମଗ୍ରିକ ଭାବରେ ଏହି ପର୍ଯ୍ୟାୟ ପାଇଁ ମୁତୟନ ହୋଇଥିବା ସିଏପିଏଫ୍ କମ୍ପାନୀ ସଂଖ୍ୟା ୧୨୬କୁ ବୃଦ୍ଧି ପାଇଛି । ସିଏପିଏଫ୍‌ମାନଙ୍କୁ କ୍ରିଟିକାଲ୍ ବୁଥ୍‌ରେ ନିୟୋଜିତ କରାଯାଇଛି । ୧୩ଟି ନିର୍ବାଚନ ମଣ୍ଡଳୀର ପୋଲିଂ ଦଳମାନଙ୍କୁ (ସଖି ବୁଥ୍ ବ୍ୟତିରେକ) ୩୦ ମଇ ୨୦୨୪ରେ ବୁଥ୍‌କୁ ପଠାଯିବ । ଅନ୍ୟମାନଙ୍କୁ ୩୧ମଇ ୨୦୨୪ ଦିନ ପଠାଯାଇଛି ।

ଶ୍ରୀ ଧଳ କହିଛନ୍ତି ଯେ, ସମ୍ଭାବ୍ୟ ଅଂଶୁଘାତ ନିରାକରଣ ପାଇଁ ପ୍ୟାପକ ବ୍ୟବସ୍ଥା ହୋଇଛି । ପ୍ରତି ପୋଲିଂ ଷ୍ଟେସନ୍‌ରେ ଆଶାକର୍ମୀ ରହିବେ । ସମ୍ଭାବ୍ୟ ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆବଶ୍ୟକୀୟ ଔଷଧ, ଓଆରଏସ୍ ଆଦି ରହିବ । ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ ଷ୍ଟାଫ୍ ଜରୁରୀ ଔଷଧପତ୍ର ସହିତ ରହିବେ । ମୋବାଇଲ୍ ହେଲଥ୍ ୟୁନିଟ୍ ପାଇଁ ନିୟମିତ ବ୍ୟବଧାନରେ ବୁଥ୍‌କୁ ସ୍ପର୍ଶ କରିବେ । ଅଂଶୁଘାତ ୱାର୍ଡ ସ୍ଥାପନ କରାଯାଇଛି । ଅଂଶୁଘାତ ସଚେତନତା ବାର୍ତ୍ତାବହୁଳ ଭାବେ ପ୍ରସାରିତ କରାଯାଇଛି । ଡିସ୍‌ପର୍ସାଲ ଓ ରିସିଭିଂ ସେଣ୍ଟରରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଆମ୍ବୁଲାନ୍ସ ନିୟୋଜିତ ହେବେ । ପୋଲିଂ କର୍ମଚାରୀ ଓ ସୁରକ୍ଷାକର୍ମଚାରୀଙ୍କ ଡିସ୍‌ପର୍ସାଲ ସେଣ୍ଟରରୁ ବୁଥ୍‌କୁ ଯାଇ ନିର୍ବାଚନ କାର୍ଯ୍ୟ ଶେଷ କରି ଫେରିବା ପର୍ଯ୍ୟନ୍ତ ଖାଦ୍ୟପେୟ ଓ ପରିବହନ ବ୍ୟବସ୍ଥାସୁବ୍ୟବସ୍ଥିତ କରାଯାଇଛି । ମତଦାନ ଦିବସ ପାଇଁ ବ୍ୟବସ୍ଥା । ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀମାନେ ରହିବେ । ସେମାନଙ୍କ ପାଇଁ ଲାଇନ୍ ପାଖରେ ବସିବା ବ୍ୟବସ୍ଥା କରାଯାଇଛି । ଭୋଟରଙ୍କ ପାଇଁ ପୋଲିଂ ବୁଥ୍‌ରେ ପାନୀୟଜଳ, ଶୌଚାଳୟ ଓ ଛାଇଆଦିସର୍ବନିମ୍ନ ସୁବିଧାସୁନିଶ୍ଚିତକରାଯାଇଛି । ବରିଷ୍ଠନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁଘରୁ ବୁଥ୍‌କୁ ଓ ବୁଥ୍‌ରୁ ଆଣି ଘରେ ଛାଡ଼ିବା ପାଇଁ ନିଃଶୁଳ୍କ ଷ୍ଠଯାନର ବ୍ୟବସ୍ଥା କରାଯାଇଛି । ମତଦାନ ହେବାକୁ ଥିବା ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି ବୋଲି ସିଇଓ ସ୍ପଷ୍ଟ କରିଛନ୍ତି ।