ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ ଙ୍କ ଗୁହାରି ଶୁଣିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ

ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ନିର୍ଦ୍ଦେଶ କ୍ରମେ  ଝରାପଡା କୁ ପହଞ୍ଚିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ , ବସ୍ତି ଲୋକ ଙ୍କ ସବୁ ସମସ୍ୟା ଗୁହାରି ଶୁଣିଲେ l

ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ ଙ୍କ ଗୁହାରି ଶୁଣିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ

ସୁବର୍ଣ୍ଣପୁର-,,  ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ନିର୍ଦ୍ଦେଶ କ୍ରମେ  ସୁବର୍ଣ୍ଣପୁର ଜ଼ିଲ୍ଲା ବିନିକା ବ୍ଲକ ସେଲେଡି ପଂଚାୟତ ର  ଅବହେଳିତ ଶ୍ରମିକ ବସ୍ତି ଝରାପଡା କୁ ପହଞ୍ଚିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା  l ଏବଂ ବସ୍ତି ଲୋକ ଙ୍କ ସବୁ ସମସ୍ୟା ଗୁହାରି ଶୁଣିଲେ l ଦୁଇଟି ଛୁଆ କୁ ଛାଡି ବାହାର ରାଜ୍ୟ କୁ ଦାଦନ ଖଟି ଯାଇ ନିର୍ଦ୍ଦିଷ୍ଟ  କମ୍ପାନୀ ମାଲିକ ପାଖରେ ବନ୍ଧା ପଡିଥିବା ଏଇ ବସ୍ତି ର ଦୁଇ ଜଣ ସ୍ୱାମୀ ସ୍ତ୍ରୀ    ରାଜୁ ଝରା ଓ ସୁରୁବାଲି ଝରା କୁ ଉଦ୍ଧାର, ସମସ୍ତ ଶ୍ରମିକ ଙ୍କ ବାକିଆ ପାଉଣା ବ୍ୟବସ୍ଥା, ଦିନ ମଜୁରିଆ ଓ ନିର୍ମାଣ କାର୍ଯ୍ୟ ରେ ଥିବା ସମସ୍ତ  ଶ୍ରମିକ କୁ ପଞ୍ଜି କରଣ କରାଇ ସମସ୍ତ ସରକାରୀ ସୁବିଧା ଯୋଗାଇବାକୁ ଓ  ଦୀର୍ଘ ବର୍ଷ ରୁ ଦଲାଲ ସାଜି ଏହି ବସ୍ତିର ଲୋକଙ୍କୁ ମିଛ ଆର୍ଥିକ ପ୍ରଲୋଭନ ଦେଖାଇ ବାହାର ରାଜ୍ୟର ମାଲିକ ମାନଙ୍କଠାରୁ ମୋଟାଅଙ୍କ ନିଜେରଖି ଶ୍ରମିକ ମାନଙ୍କୁ ପଠାଇଦେଇ ସେମାନଙ୍କୁ ଶୋଷଣ ଓ ଅତ୍ୟାଚାର କରି  ମାଡ଼ ମାରିଥିବା ସମ୍ପୃକ୍ତ  ପାଖ ଶ୍ରମିକ ଦଲାଲ ଉପରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ  ପାଇଁ  ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାଖା ପ୍ରତିଶୁତି ଦେଇଛନ୍ତି l ଏବେ ଦେଖିବାକୁ ବାକିରହିଲା କେତେ ଶିଘ୍ର ରେସ୍କ୍ୟୁ ଟିମ ଯାଇ  ବାହାର ରାଜ୍ୟରେ ବନ୍ଧା ପଡିଥିବା ରାଜୁ ଓ ସୁରୁବାଲିକୁ ଉଦ୍ଧାର କରି ଆଣୁଛି ।

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର