୩୫ ବର୍ଷ ବୟସରେ ପାଦ ଥାପିଲେ ପରିଣୀତି ଚୋପ୍ରା

ବଳିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଛନ୍ତି। ପରିଣୀତିଙ୍କ ଜନ୍ମଦିନ ଥିବାରୁ ଭଉଣୀ ପ୍ରିୟଙ୍କା ଚୋପ୍ରା ତାଙ୍କୁ ମନେ ପକାଇ ଭଉଣୀଙ୍କ ସହିତ ବହୁତ ସାରା ଫଟୋ ଶେୟାର କରିଛନ୍ତି। ପୁରୁଣା ମେମୋରୀ ଶେୟାର କରିଛନ୍ତି। ଆଉ ଭୁଣୀକୁ ଲେଖିଛନ୍ତି ମୋ ସୁନ୍ଦରୀ ଭଉଣୀକୁ ଜନ୍ମଦିନ ପାଇଁ ମୋ ତରଫରୁ ଢେର ସାରା ଅଭିନନ୍ଦନ।
ହାପି ବାର୍ଥ ଡେ ପରୀ। ପ୍ରିୟଙ୍କା ଷାଟସ ଦେଇ ଆଉ ମଧ୍ୟ ଲେଖିଛନ୍ତି, ମୁଁ ଚାହୁଁଛି ତୁମେ ଏମିତି ସଦା ସର୍ବଦା ଖୁସିରେ ରୁହ। ଭଗବାନ ତୁମକୁ ଦୁନିଆର ସବୁ ଖୁସି ଦିଅନ୍ତୁ।
ଗତ ସେପ୍ଟେମ୍ବର ୨୪ ତାରିଖରେ ପରିଣୀତି ଚୋପ୍ରା ଆପର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ବିବାହ କରିଥିଲେ। ପ୍ରିୟଙ୍କା ଆଉ ମଧ୍ୟ ଲେଖିଛନ୍ତି ନୟି ନବେଲୀ ଦୁହ୍ଲନଙ୍କୁ ମୋ ତରଫରୁ ଢେର ସାରା ପ୍ୟାର।