ତାଳସlରୀ ବେଳାଭୂମିରୁ କୁମ୍ଭୀର ଉଦ୍ଧାର, ଲୋକେ ଭୟବିତ
ତାଳସlରୀ ବେଳାଭୂମିରେ ୧୩ ଫୁଟ୍ ର କୁମ୍ଭୀର । କୁମ୍ଭୀର ଦେଖି ଆତଙ୍କିତ ଲୋକେ ।

ତାଳସlରୀ ବେଳାଭୂମିରେ ୧୩ ଫୁଟ୍ ର କୁମ୍ଭୀର । କୁମ୍ଭୀର ଦେଖି ଆତଙ୍କିତ ଲୋକେ । ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ୍ ତାଳସlରୀ ବେଳାଭୂମିରେ ସକାଳୁ ମାଛ ଧରିବା ପାଇଁ ମସ୍ୟଜୀବୀ ସମୁଦ୍ରକୁ ଯିବାବେଳେ କୁମ୍ଭୀରକୁ ଦେଖିବାକୁ ପାଇଥିଲେ । ବିଶାଳକାୟ କୁମ୍ଭୀରକୁ ଦେଖି ଭୟଭୀତ ହେବା ସହିତ ଉଦୟପୁର ବନ ବିଭାଗକୁ ଖବର ଦେଇଥିଲେ ।
ବନବିଭାଗର ୧୩ ଜଣିଆ କର୍ମଚାରୀ ପହଞ୍ଚି ୧୩ଫୁଟ୍ ଲମ୍ବର କୁମ୍ଭୀରକୁ ଉଦ୍ଧାର କରିଛନ୍ତି । କୁମ୍ଭୀରକୁ ଖଡ଼ିବିଲକୁ ବନ ବିଭାଗ ନେଇଥିବାବେଳେ ଭିତରକନିକାକୁ ପଠାଯିବ ବୋଲି ଯୋଜନା ଚାଲିଛି । ତାଳସlରୀ ଏବଂ ଉଦୟପୁର ବେଳାଭୂମିରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଗାଧୋଉ ଥିବାବେଳେ ପ୍ରଥମ ଥର ପାଇଁ ବେଳାଭୂମିରେ କୁମ୍ଭୀରକୁ ଦେଖି ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।