ପାରାଦୀପ ରେ ଅଚଳ ଇଣ୍ଟରନେଟ୍ : ମାସାଧିକାଳ ରହୁଛି ଧୀମା ନେଟୱାର୍କ ସେବା

ପାରାଦୀପ ସାରା ମାଳ ମାଳ ଟାୱାର, ହେଲେ ବିନା ନେଟୱ୍ଵାର୍କ ରେ ଚାଲିଛି ପାୱ୍ଵାର୍: ଗ୍ରାହକଙ୍କୁ ଲୁଟୁଛି ଏଆରଟେଲ ଓ ଜିଓ ସଂସ୍ଥା : ଜନସ୍ୱାର୍ଥ ମାମଲା ପାଇଁ ପ୍ରସ୍ତୁତି

ପାରାଦୀପ ରେ ଅଚଳ ଇଣ୍ଟରନେଟ୍ : ମାସାଧିକାଳ ରହୁଛି ଧୀମା ନେଟୱାର୍କ ସେବା

ପାରାଦୀପ - ଦେଶର ଏକ ନମ୍ବର ବନ୍ଦର ସହର ପାରାଦୀପ ରେ ଏବେ ଇଣ୍ଟରନେଟ୍ ସେବା ସମ୍ପୁର୍ଣ୍ଣ ଭୁଷୁଡି ପଡ଼ିଛି । ବନ୍ଦର ସହର ସାରା ଭର୍ତ୍ତି ହୋଇଛି ଟାୱାର କିନ୍ତୁ ଦୀର୍ଘ ଦିନ ଧରି ଇଣ୍ଟରନେଟ ସେବା ଯୋଗାଇ ଦେବାରେ ବିଫଳ ହେଉଛନ୍ତି କମ୍ପାନୀ । ବିଶେଷ କରି ମାସାଧିକାଳ ହେବ ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ ରେ ଏଆରଟେଲ ଓ ଜିଓ ନେଟୱାର୍କ ସେବାରେ ବିଭ୍ରାଟ ଓ ଧୀମା ରହୁଥିବାରୁ ଗ୍ରାହକ ମନେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି l ଏହି ବିଭ୍ରାଟ ଯୋଗୁଁ ସାଧାରଣରେ ଯୋଗା ଯୋଗ କ୍ଷେତ୍ରରେ ବ୍ୟାଘାତ ଲାଗି ରହିବା ସହ ନେଟୱାର୍କ ସେବା ଉପରେ ନିର୍ଭରଶୀଳ ବିଭିନ୍ନ ସରକାରୀ ତଥା ଜାହାଜ ଚଳାଚଳ ସଂସ୍ଥା ମାନଙ୍କ କାର୍ଯ୍ୟରେ ନକରାତ୍ମକ ପ୍ରଭାବ ଦେଖିବାକୁ ମିଳୁଛି l ତେବେ ପ୍ରାରମ୍ଭରେ ଏହି ସବୁ ନେଟୱାର୍କ ପ୍ରଦାନକାରୀ ସଂସ୍ଥା ଲୋଭନୀୟ ଅଫର ପ୍ରଦାନ କରି ଏବେ ଗ୍ରାହକ ମାନଙ୍କୁ ଲୁଟୁଥିବା ନେଇ ଅଭିଯୋଗ ହେଉଛି l ଅନ୍ୟପକ୍ଷରେ ଗ୍ରାହକ ଙ୍କ ଠାରୁ ଅଗ୍ରିମ ନିର୍ଦ୍ଧିଷ୍ଟ ସମୟର ରିଚାର୍ଜ ପ୍ରାପ୍ୟ ନେଇ ସଠିକ ସେବା ଯୋଗାଉ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ଗ୍ରାହକ ସେବାକୁ ଯୋଗା ଯୋଗ କଲେ ଆମେ କଣ କରିବୁ ଯାହା ଚାଲିଛି ତାହା ଆମେ ଯୋଗାଉଛୁ ବୋଲି ଉତ୍ତର ମିଳୁଛି । ଅଭିଯୋଗ କଲେ ବି କିଛି ସୁଫଳ ମିଳୁନାହିଁ । ଏନେଇ ଜନ ସାଧାରଣ ଙ୍କ ମଧ୍ୟରେ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେଲାଣି । ଯଦି ସମ୍ପୃକ୍ତ ନେଟୱାର୍କ ସେବା ପ୍ରଦାନକାରୀ ସଂସ୍ଥା ମାନେ ତୁରନ୍ତ ଏ ସମସ୍ୟାର ସମାଧାନ କରି ସଠିକ ସେବା ଯୋଗାଇ ନଦିଅନ୍ତି, ତେବେ ସମ୍ପୃକ୍ତ ସଂସ୍ଥା ମାନଙ୍କ ବିରୁଦ୍ଧରେ କିଛି ଗ୍ରାହକ ଜନସ୍ୱାର୍ଥ ମାମଲା ରୁଜୁ ପାଇଁ ପ୍ରସ୍ତୁତି ହେଉଥିବା ଜଣାପଡିଛି l