ଗୋଟିଏ ବୋଟ୍ କୁ ଉଦ୍ଧାର କରିବାକୁ ଯାଇ ଆଉ ଗୋଟିଏ ବୋଟ୍ ଫସିଲା
ଏକ ସମ୍ବେଦନଶୀଳ ପରିସ୍ଥିତି ରେ ଧର୍ମସାଖୀ କମ୍ପାନୀ ର ୨ଟି ବୋଟ୍ କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଛି ପାରାଦୀପ ବନ୍ଦର ପ୍ରଶାସନ ର ଟଗ୍ ବୋଟ୍ ସାନଭି ।

ଅଶାନ୍ତ ସମୁଦ୍ର ମୁହଁରେ ଆଜି ଏକ ବଡଧରଣର ଅଘଟଣ ଟଳି ଯାଇଛି । ଏକ ସମ୍ବେଦନଶୀଳ ପରିସ୍ଥିତି ରେ ଧର୍ମସାଖୀ କମ୍ପାନୀ ର ୨ଟି ବୋଟ୍ କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଛି ପାରାଦୀପ ବନ୍ଦର ପ୍ରଶାସନ ର ଟଗ୍ ବୋଟ୍ ସାନଭି ।
ତେବେ ଘଟଣା ରୁ ଜଣା ପଡିଛି ଯେ ଧର୍ମସାଖୀ ନାମକ ଏକ ବୋଟ୍ ପାରାଦୀପ ମାଛଧରା ବନ୍ଦର କୁ ଆସୁଥିବା ବେଳେ ହଠାତ୍ ତାର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା।
ତେବେ ସଙ୍ଗେ ସଙ୍ଗେ ଖବର ପାଇ ତାର ମାଲିକ ତାଙ୍କର ଆଉ ଗୋଟିଏ ବୋଟ୍ ପଠାଇଥିଲେ ତାକୁ ଟାଣି ଆଣିବା ପାଇଁ କିନ୍ତୁ ଦୁର୍ଭାଗ୍ୟ ବଶତଃ ବୋଟ୍ କୁ ରସି ଲଗାଇ ଟାଣି ଟାଣି ଆଣିବା ବେଳେ ଅଶାନ୍ତ ସମୁଦ୍ର ରେ ପ୍ରବଳ କରେଣ୍ଟ୍ ଥିବାରୁ ବୋଟ୍ ଟି ଟଣାଯାଇ ନପାରିବାରୁ ରସି ଛିଡି ଯାଇଥିଲା ।
ଫଳରେ ଦୁଇଟି ଯାକ ବୋଟ୍ ସମୁଦ୍ର ମୁହାଁଣ ମୁହଁ ରେ ଅଥଳ ଦରିଆ ରେ ଭାସିଭାସି ଦୀଗହରା ହେବାକୁ ଯାଉଥିଲେ। ତେବେ ବର୍ତ୍ତମାନ ସମରାଭ୍ୟାସ ଚାଲିଥିବାରୁ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡା ଙ୍କ ଅନୁରୋଧକ୍ରମେ ଖବର ପାଇ ପାରାଦୀପ ର ଗୋଟିଏ ପାଇଲଟ୍ ବୋଟ୍ ଓ ଆଉ ଗୋଟିଏ ବଳଶାଳୀ ଟଗ୍ ବୋଟ୍ ଦୁଇଟି ଯାକ ଯାଇ ଫସିଥିବା ୨ ଟି ଯାକ ବୋଟ୍ କୁ ସୁରକ୍ଷିତ ଭାବେ ଟାଣି ଆଣିଥିଲେ ।
ତେବେ ଏଠାରେ ସୁଚନା ଯୋଗ୍ୟ ଯେ ଏହି ଟଗ୍ ବୋଟ୍ ଜାହାଜ କୁ ଟଣା ଟଣି କରି ନେବା ଆଣିବାରେ ସହାୟକ ହୋଇଥାଏ ।
ତେଣୁ ଯେଉଁଠି ଜାହାଜ ଟଣା ହେଉଛି ତା ଆଗରେ ସାମାନ୍ୟ ଏ ବୋଟ୍ ବା କଣ । ତେଣୁ ଯେଉଁ ଅଧିକାରୀ ଖବର ପାଇ ଏହି ଟଗ୍ ବୋଟ୍ ପଠାଇଛନ୍ତି ତାଙ୍କର ଉପସ୍ଥିତ ବୁଦ୍ଧି କୁ ସମସ୍ତେ ତାରିଫ୍ କରୁଛନ୍ତି ।
ତାଛଡା ପାରାଦୀପ ବନ୍ଦର ପାଖରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି କେବଳ ତାର ଠିକଣା ଢ଼ଙ୍ଗରେ ସଦ୍ ଉପଯୋଗ କରିବା ଦରକାର। ଏହାକୁ ହୃଦଉଙ୍ଗମ କରି ଓମ୍ଫା ସଭାପତି ଏପରି ପଦକ୍ଷେପ ନେଇଥିଲେ । ତେବେ ଏହି ବୋଟ୍ ର କାର୍ଯ୍ୟ ଦକ୍ଷତା ନେଇ ଦୁଇଟି ବୋଟ୍ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଓ ପାରାଦୀପ ବନ୍ଦର ଏକ ଜନମଙ୍ଗଳ କାର୍ଯ୍ୟ ରେ ସହାୟତା ର ହାତ ବଢ଼ାଇଥିବାରୁ ସେନେଇ ସମସ୍ତେ ସାଧୁବାଦ ଜଣାଇଛନ୍ତି।