ଇକୋ ରିଟ୍ରିଟ୍-୨୦୨୪ର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବଡ଼ କଥା ହେଲା ପ୍ରଥମ ଥର ଦର କମି ଗୋଟିଏ ରାତି ପାଇଁ ବିଳାସପୂର୍ଣ୍ଣ କଟେଜ୍ରେ ରହଣି ଦର ୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି ।

ଶୀତଦିନିଆ ପର୍ଯ୍ୟଟନର ଆକର୍ଷଣୀୟ ପର୍ବ ଇକୋ ରିଟ୍ରିଟ୍-୨୦୨୪ । ପ୍ରଥମ ପର୍ଯ୍ୟାୟରେ ଏହା ୬ଟି ସ୍ଥାନ ଯଥା ଭିତରକନିକା, ହୀରାକୁଦ, ଦାରିଙ୍ଗବାଡ଼ି, ସାତକୋଶିଆ, ଗଞ୍ଜାମ ସୁନାପୁର ଓ କୋରାପୁଟର ପୁଟସିଲରେ ଆରମ୍ଭ ହେବ । ଦୀର୍ଘ ୩ ମାସ ଧରି ଡିସେମ୍ବର ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସେହିପରି ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍ ଉଦ୍ଘାଟନ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ ।
ବଡ଼ କଥା ହେଲା ପ୍ରଥମ ଥର ଦର କମି ଗୋଟିଏ ରାତି ପାଇଁ ବିଳାସପୂର୍ଣ୍ଣ କଟେଜ୍ରେ ରହଣି ଦର ୪ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ସେଥିପାଇଁ ସବୁଠି ଆଗୁଆ ବୁକିଂ ହୋଇଛି । ଏ ବିଷୟରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ୱେବ୍ସାଇଟ୍ରେ ସବୁ ସୂଚନା ଉପଲବ୍ଧ ରହିଛି । ପ୍ରତି ଇକୋ ରିଟ୍ରିଟ୍ ସ୍ଥଳରେ ୧୦୦% ନିରାପଦ ଏବଂ ସ୍ୱଚ୍ଛତା, ୨୪ ଘଣ୍ଟିଆ ସେବା, ଶୀତତାପ ନିୟନ୍ତ୍ରଣ, ସମ୍ମିଳନୀ ସୁବିଧା, ଜଳକ୍ରୀଡ଼ା, ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ଓ ପାନୀୟ, ରେସ୍ତୋରାଁ, ଚିତ୍ତ ବିନୋଦନ କାର୍ଯ୍ୟକ୍ରମ, ପିଲାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ଉନ୍ନତ ଶୌଚାଳୟ ସୁବିଧା, ବିଚ୍ ଆକ୍ଟିଭିଟିଜ୍, ବିଚ୍ ବାର୍, ଗାଇଡେଡ୍ ଟୁର୍ସ୍, ଡକ୍ଟର ଅନ୍ କଲ୍ ବ୍ୟବସ୍ଥା ପର୍ଯ୍ୟଟକମାନେ ପାଇପାରିବେ । ପ୍ରକୃତି କୋଳରେ ଅତିଥିମାନଙ୍କୁ ସ୍ୱତନ୍ତ୍ର ଆତିଥ୍ୟ ପରଷାଯିବ । ଭରପୂର ମନୋରଞ୍ଜନ ପାଇଁ ସବୁ ଇକୋ ରିଟ୍ରିଟ୍ ସ୍ଥଳରେ ଅଲଗା ଅଲଗା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯେଛଁଠି ବେଳାଭୂମି ନାହିଁ ସେଠି ପାହାଡ଼, ଜଙ୍ଗଲ ଓ ଝରଣା ଏବଂ ସ୍ଥାନୀୟ ପର୍ଯ୍ୟଟନକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ, ଦୁଃସାହସିକ କ୍ରୀଡ଼ାର ବ୍ୟବସ୍ଥା ହୋଇଛି।