ବଜେଟ୍‌ ୨୦୨୪: ଅଟୋ ସେକ୍ଟରକୁ ଶକ୍ତ ଝଟ୍‌କା

ଗୁରୁବାର ସଂସଦରେ ଉପସ୍ଥାପନ ହୋଇଥିବା କାମଚଳା ବଜେଟ୍‌ରେ ଅଟୋ ସେକ୍ଟରକୁ ଶକ୍ତ ଝଟ୍‌କା ଲାଗିଛି।

ବଜେଟ୍‌ ୨୦୨୪: ଅଟୋ ସେକ୍ଟରକୁ ଶକ୍ତ ଝଟ୍‌କା

ଗୁରୁବାର ସଂସଦରେ ଉପସ୍ଥାପନ ହୋଇଥିବା କାମଚଳା ବଜେଟ୍‌ରେ ଅଟୋ ସେକ୍ଟରକୁ ଶକ୍ତ ଝଟ୍‌କା ଲାଗିଛି। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଏଫ୍‌ଏଏମ୍‌ଇ (ଫାଷ୍ଟର ଆଡପସନ ଆଣ୍ଡ ମାନୁଫେକ୍ଚରିଂ ଅଫ୍ ହାଇବ୍ରିଡ ଆଣ୍ଡ ଇଲେକ୍ଟ୍ରିକ ଭେଇକଲ ଇନ୍ ଇଣ୍ଡିଆ) ଯୋଜନାରେ ବଜେଟ୍‌ରେ ବଡ଼ ଧରଣର ହ୍ରାସ କରାଯାଇଛି।୨୦୨୪-୨୫ ଆର୍ଥିକ ବର୍ଷରେ ଏଫ୍‌ଏଏମ୍‌ଇ ଯୋଜନା ପାଇଁ ୨,୬୭୧.୩୩ କୋଟି ଆବଣ୍ଟିତ କରାଯାଇଛି।

ଯାହା ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୪୪ ପ୍ରତିଶତରୁ ବି କମ୍ । ଗତବର୍ଷ ବଜେଟ୍‌ରେ ଏଥିପାଇଁ ୫,୧୭୧.୯୭ କୋଟି ଆବଣ୍ଟିତ କରାଯାଇଥିଲା।

ବଜେଟ୍‌ ଉପରେ ପ୍ରତିକ୍ରିୟା ଦେଇ ଟ୍ରେସା ମୋଟର୍ସର ସଂସ୍ଥାପକ ସିଓ ରୋହନ ଶ୍ରବଣ କହିଛନ୍ତି ଯେ ଭାରତ ଗ୍ରୀନର ଫ୍ୟୁଚର ଆଡକୁ ଅଗ୍ରସର ହେବା ପାଇଁ ଟ୍ରେସା ମୋଟର୍ସ ମଧ୍ୟବର୍ତ୍ତୀ ବଜେଟ୍ ୨୦୨୪କୁ ପ୍ରଶଂସା କରୁଛି। ଯଦିଓ ଏହି ବଜେଟ୍ ସେକ୍ଟର ଉପରେ ପ୍ରଭାବ ପକାଇବ ତେବେ ଆଶା କରୁଛି ପରବର୍ତ୍ତି ସମୟରେ ସରକାର ଅଟୋ ସେକ୍ଟରକୁ ବଳ ଦେବାକୁ କିଛି ପଦକ୍ଷେପ ନେବେ।