ବଢ଼ିଲା ଯୁକ୍ତ ଦୁଇ ପରୀକ୍ଷା ଆବେଦନର ସମୟସୀମା

ବଢ଼ିଲା ଯୁକ୍ତ ଦୁଇ ପରୀକ୍ଷା ଆବେଦନର ସମୟସୀମା

ବଢ଼ିଲା ଯୁକ୍ତ ଦୁଇ ପରୀକ୍ଷା ଆବେଦନର ସମୟସୀମା । ୪୫୦ ଟଙ୍କା ଫାଇନ୍ ଦେଇ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ୨୦ ତାରିଖରୁ ବୃଦ୍ଧି ପାଇ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ ହୋଇପାରିବ । ଏହାପରେ ଆଉ ସମୟ ସୀମା ବଢ଼ାଯିବ ନାହିଁ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏସିଚ୍ଏସ୍ଇ) ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହୋଇଛି ।

ଗତ ୧୧ତାରିଖରେ କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିସିଏବିସ୍ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ବୁଧବାର ମାଧ୍ୟମିକ ଶିକ୍ଷା ବୋର୍ଡ ଓଡ଼ିଶା ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା । ସମସ୍ତ ବୋର୍ଡର ପରୀକ୍ଷା ତାରିଖରି ଘୋଷଣା ସରିଥିରିବାରୁ ସିଏସିଚ୍ଏସ୍ଇ ତତ୍ପରତା ପ୍ରକାଶ କରିଛି ।

ସିଏସିଚ୍ଏସ୍ଇର ଅଧିକାରୀଙ୍କ କହିବା କଥା, ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ଯାଏ ପରୀକ୍ଷା କରାଯିବ । ଡିସେମ୍ୱର ୧ରେ ସିଏସିଚ୍ଏସ୍ଇ ଯୁକ୍ତ ୨ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଘୋଷଣା କରିଥିଲା । ଥିଓରୀ ପରୀକ୍ଷା ତାରିଖ ଘୋଷଣା କରାଯାଇନଥିଲା । ଜାନୁଆରୀ ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ହେବ ।