ବିଜେପିକୁ ଯିବେ ୨୭ ବିଜେଡି଼ ବିଧାୟକ, ଜାଣନ୍ତୁ କିଏ ?

ସରୋଜ କହିଛନ୍ତିଯେ, ନିକଟରେ ବିଜେଡ଼ିର ୨୭ ବିଧାୟକ ଏକାଠି ହୋଇଥିଲେ ।

ବିଜେପିକୁ ଯିବେ ୨୭ ବିଜେଡି଼ ବିଧାୟକ, ଜାଣନ୍ତୁ କିଏ ?

ମହାରାଷ୍ଟ୍ର ଭଳି ଓଡ଼ିଶାରେ ବି ଦେଖିବାକୁ ମିଳିବ ରାଜନୀତିକ ହଟଚମଟ । ଏନସିପି ଓ ଶିବସେନା ଭଳି ଓଡ଼ିଶାରେ ବି ହେବ ବିଜେଡ଼ିର ବିଭାଜନ । ମୂଳ ଦଳକୁ ନେଇ ସେମାନଙ୍କ ଭିତରେ ଚାଲିବ ଫାଇଟିଂ । ରାଜନୀତିକ ଅଳିନ୍ଦରେ ଏଭଳି ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏଭଳି ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।

ସରୋଜ କହିଛନ୍ତିଯେ, ନିକଟରେ ବିଜେଡ଼ିର ୨୭ ବିଧାୟକ ଏକାଠି ହୋଇଥିଲେ । ୩ ଦିନ ତଳେ ସେମାନେ ଏକାଠି ହୋଇ ଆଲୋଚନା କରିଛନ୍ତି । ବିଜେପି ସହ ସେମାନେ ଯୋଗସୂତ୍ରରେ ରହିଛନ୍ତି । ସରୋଜ ବାରବାର ଏଭଳି ମନ୍ତବ୍ୟ ଦୋହରାଉଥିବାରୁ ଏହାକୁ ନେଇ ବିଜେଡ଼ିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେଉଁ କେଉଁ ବିଧାୟକ ଏକାଠି ହେଉଛନ୍ତି ସେନେଇ ତନାଘନା ବି ଆରମ୍ଭ ହୋଇଛି । 

ଅବଶ୍ୟ ବାସ୍ତବ ରାଜନୀତିକ ଅଙ୍କକୁ ଦେଖିଲେ ଏତେ ସଂଖ୍ୟକ ବିଜେଡ଼ି ବିଧାୟକ ଆଦୌ ନବୀନଙ୍କୁ ଛାଡ଼ି ଯିବେ ନାହିଁ । ୫୧ ବିଧାୟକଙ୍କ ମଧ୍ୟରେ ଅନେକ ପୁରୁଣା ବିଧାୟକ ଅଛନ୍ତି । ନବୀନ ସରକାରରେ ସେମାନେ ମନ୍ତ୍ରୀ ମଧ୍ୟ ଥିଲେ । ସେହିପରି ନୂଆ ବିଧାୟକଙ୍କ ମଧ୍ୟରୁ ଅନେକ କେବଳ ବିଜେଡ଼ି ପାଇଁ ହିଁ ଜିତିଛନ୍ତି । ହାତ ଗଣତି ଦୁଇ ଚାରି ଜଣଙ୍କୁ ଛାଡ଼ିଦେଲେ ବିଜେପିକୁ କୌଣସି ବିଧାୟକ ଯିବେ ନାହିଁ ବୋଲି କୁହାଯାଇପାରିବ । ତେବେ ଯାହାକିଛି ଘଟିବ ତାହା ପଞ୍ଚାୟତ ନିର୍ବାଚନ ପରେ ହିଁ ହେବ । ଏଭଳି ଚର୍ଚ୍ଚା କିନ୍ତୁ ବିଜେଡ଼ି ବିଧାୟକଙ୍କ ପାଇଁ ବହୁତ ଭଲ ହୋଇଛି । କାହିଁକିନା ଦଳ ସେମାନଙ୍କୁ ଗୁରୁତ୍ୱ ଦେବାକୁ ବାଧ୍ୟ ହେବ ।