ବିଜେପି ର ଭୁବନ ବନ୍ଦ ସଫଳ

ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ତରଫରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ,ପାନୀୟ ଜଳ ଯୋଗାଣ ସମସ୍ୟା ଇତ୍ୟାଦି ୧୨ ଦଫା ଦାବିରେ ଦିଆଯାଇଥିବା ଭୁବନ ବନ୍ଦ ଡ଼ାକରା ସଫଳ ହୋଇଛି

ବିଜେପି ର ଭୁବନ ବନ୍ଦ ସଫଳ

ଭୁବନ ୨୨.୮- ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ତରଫରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ,ପାନୀୟ ଜଳ ଯୋଗାଣ ସମସ୍ୟା ଇତ୍ୟାଦି ୧୨ ଦଫା ଦାବିରେ ଦିଆଯାଇଥିବା ଭୁବନ ବନ୍ଦ ଡ଼ାକରା ସଫଳ ହୋଇଛି ।  ଭୁବନ ନଗର ମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସକାଳ ୬ ଘଟିକା ସମୟରେ କାଳୀ ବଜାର ଠାରେ ଏକତ୍ରିତ ହୋଇ ବନ୍ଦ ପାଳନ କରିଥିଲେ । ପରେ ବିଜେପି ନେତା ଶତ୍ରୁଘ୍ନ ଜେନା, ପ୍ରେମାନନ୍ଦ ଜେନା,ଦେବଦତ୍ତ ପଟ୍ଟନାୟକ,ରତ୍ନପ୍ରଭା ପଣ୍ଡା,ଙ୍କ ସମେତ ନିର୍ମଳ ଗୁରୁ,ସମୀର ସାହୁ, ସନ୍ତୋଷ ବିହାରୀ,ଗଣେଶ୍ୱର ନାୟକ,କାଉନସିଲର ସୁଶାନ୍ତ ନାୟକ,କୃପାସିନ୍ଧୁ ବେହେରା,ମନ ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ଥିଲା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ଥିଲା । କାର୍ଯ୍ୟକର୍ତ୍ତା ମାନେ ପିକେଟିଂ କରି ସରକାରୀ ,ବେସରକାରୀ ଅଫିସ୍,ବ୍ୟାଙ୍କ୍ ଓ ସ୍କୁଲ,କଲେଜ ବନ୍ଦ କରାଇଥିଲେ ।ସାଢେ଼ ଗୋଟାଏ ସମୟରେ ତହସିଲଦାର ଅଂଶୁମାନ ମହାପାତ୍ର,ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଆନ୍ଦୋଳନ ସ୍ଥଳ କୁ ଆସି ଦାବି ପତ୍ର ଗ୍ରହଣ କରିଥିଲେ।


ସୁଶାନ୍ତ କୁମାର ପୋଥାଳ ଭୁବନ ଢେ଼ଙ୍କାନାଳ