ନକଲି ସାର୍ଟିଫିକେଟ ରେ ଅସଲି ଚାକିରି,ତଦନ୍ତ ଦାବି

ଟିଟିଲାଗଡ ଟାଟା ପାୱାର କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଅଧିକାରୀ ନିଜର ଜାଲ ମ୍ୟାଟ୍ରିକ ପ୍ରମାଣ ପତ୍ର ଦେଇ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅଭିଯୋଗ ହୋଇଛି।

ନକଲି ସାର୍ଟିଫିକେଟ ରେ ଅସଲି ଚାକିରି,ତଦନ୍ତ ଦାବି

ଟିଟିଲାଗଡ ଟାଟା ପାୱାର କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଅଧିକାରୀ ନିଜର ଜାଲ ମ୍ୟାଟ୍ରିକ ପ୍ରମାଣ ପତ୍ର ଦେଇ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପି ଭି ଆର ରେଡ୍ଡୀ ନାମକ କିରାଣୀ ଏକ ଜାଲ ମ୍ୟାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଦର୍ଶାଇ ଚାକିରି କରି ଆସୁଥିବା ଲିଖିତ ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ନେଇ ଶ୍ରୀଯୁକ୍ତ ରେଡ୍ଡୀ ତାଙ୍କ ପ୍ରତିକ୍ରିୟାରେ। ତାଙ୍କ ବିରୁଦ୍ଧରେ କିଛି ବ୍ୟକ୍ତି ଷଡ଼ଯନ୍ତ୍ର କରି ହଇରାଣ କରୁଥିବା ପ୍ରକାଶ କରିଛନ୍ତି। ଏନେଇ ଶ୍ରୀ ରେଡ୍ଡୀ ତାଙ୍କ ପ୍ରମାଣପତ୍ର ଦେଖେଇ ପାରିବେନି ଓ ତାଙ୍କ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଛି ବୋଲି କହିଥିଲେ । ହେଲେ ସେ ତାର ନକଲ କପି ଦେଖେଇ ପାରିବେନି ବୋଲି କହିଥିଲେ। ଉକ୍ତ ଶ୍ରୀ ରେଡ୍ଡୀ ଙ୍କ ଭଳି ତାଙ୍କ ସହ ଆଉ ପାଞ୍ଚ ଜଣ ମିଶି ଚାକିରି ରେ ଏକା ଥରରେ ଛଅ ଜଣ ଯୋଗ ଦେଇଥିବା ବେଳେ ସମସ୍ତ ଙ୍କ ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ତଥା ବୋଲି କହିଥିଲେ।

ଏ ନେଇ ବିଭିନ୍ନ ଅଞ୍ଚଳ ଓ ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ କ୍ରମାଗତ ଏହି ନକଲି ସାର୍ଟିଫିକେଟ ପ୍ରଦାନ କରିବା ନେଇ ଅନେକ ଗିରଫ ହୋଇଥିବା ବେଳେ ଏହି ବିଭାଗ ର ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ତଥା ବିଭିନ୍ନ ପ୍ରଶାସନିକ କର୍ତ୍ତୃପକ୍ଷ ଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଏ ନେଇ ବିଭାଗୀୟ ଅଧିକାରୀ ଯଥା ଶୀଘ୍ର ସବିଶେଷ ତଦନ୍ତ ଆରମ୍ଭ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରୁ ଦାବି ହେଉଛି।