କେନ୍ଦୁପତ୍ର ବୋଝେଇ ପିକଅପ ଜବତ,4 ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ପିପଲକଟା ଗ୍ରାମରେ ବନବିଭାଗର ଚଢ଼ାଉ l

କେନ୍ଦୁପତ୍ର ବୋଝେଇ ପିକଅପ ଜବତ,4 ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ପିପଲକଟା ଗ୍ରାମରେ ବନବିଭାଗର ଚଢ଼ାଉ, l ଏହି ଚଢ଼ାଉ ରେ କେନ୍ଦୁପତ୍ର ବୋଝେଇ ପିକଅପ ଗାଡ଼ି ଜବତ ହେବା ସହ ୪ଜଣ ଗିରଫ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପିପଲକଟା ଗ୍ରାମରେ ବନବିଭାଗ ଚଢ଼ାଉ କରି କେନ୍ଦୁପତ୍ର ବୋଝେଇ ପିକଅପ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୁବର୍ଣ୍ଣପୁର ଡିଏଫଓଙ୍କ ନିର୍ଦେଶ କ୍ରମେ ବନ ବିଭାଗ ଦ୍ୱାରା ଏକ ଟିମ ଗଠନ କରାଯାଇଥିଲା। ରେଞ୍ଜର ସଂଜୀବ ରାଉତଙ୍କ ନେତୃତ୍ୱରେ ବନବିଭାଗ ଟିମ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସେଠାରୁ କେନ୍ଦୁପତ୍ର ବୋଝେଇ ପିକଅପ ସମେତ ସମ୍ବଲପୁରର ସୈୟତ ଜାହିର, ସାଏଦ ମୁଖତାର ଅହମଦ , ସାହାଯାହା ଖାନ, ଏବଂ କ୍ଷେତରାଜପୁରର ସୁଦାମା ପ୍ରସାଦ ଯାଦବଙ୍କୁ ଗିରଫ କରିଥିଲେ। ଏଥି ସହିତ କେନ୍ଦୁପତ୍ର ଗାଡିକୁ ସୁରକ୍ଷା ଦେବାକୁ ଆସୁଥିବା ଗୋଟିଏ ବୋଲେରୋ, ଗୋଟିଏ କାର ଏବଂ ଗୋଟିଏ ବାଇକକୁ ମଧ୍ୟ ଜବତ କରିଛି ବାନ ବିଭାଗ ।ଏ ନେଇ ଅଧିକ ତଦନ୍ତ ଚାଲିଛି l ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର