ଏକ୍ସପାଏର୍ ମେଡିସିନ୍ ଖାଇ ୩୦ ଛାତ୍ର ଛାତ୍ରୀ ଅସୁସ୍ଥ
ପାରାଦୀପ ଲକ୍ ପଡ଼ାରେ ଚାଞ୍ଚଲ୍ୟ, ସ୍କୁଲ୍ ରେ ତାଲା ପକାଇଲେ ଅଭିଭାବକ

ପାରାଦୀପ ଲକ୍ ପଡ଼ାରେ ଚାଞ୍ଚଲ୍ୟ, ଏକ୍ସପାଏର୍ ମେଡିସିନ୍ ଖାଇ ୩୦ ଛାତ୍ର ଛାତ୍ରୀ ଅସୁସ୍ଥ, ସ୍କୁଲ୍ ରେ ତାଲା ପକାଇଲେ ଅଭିଭାବକ
ପାରାଦୀପ ଲକ୍ ପଡ଼ାରେ ଆଜି ଘଟି ଯାଇଛି ଏକ ଅଭାବନୀୟ ଘଟଣା । ପ୍ରାୟ ୩ବର୍ଷ ତଳୁ ଏକ୍ସ୍ ପାଏର୍ ହୋଇ ଯାଇଥିବା ମେଡ଼ିସିନ୍ ଖାଇ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମିକ ଚିକିତ୍ସା ନିମନ୍ତେ ସ୍ଥାନୀୟ ବିଜୁ ମେମୋରିଆଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ରୁ ଜଣା ପଡ଼ିଛି ଯେ ପାରାଦୀପ ଅଠରବାଙ୍କି ସ୍ଥିତ ଲକ୍ ପଡ଼ାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି ଯେଉଁଠାରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଙ୍କ ପିଲାମାନେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଛନ୍ତି । ସବୁ ଦିନପରି ଆଜି ମଧ୍ୟ ମଧ୍ୟାହ୍ନ ଭୋଜନ ପରେ ସ୍କୁଲ୍ ର ଶିକ୍ଷୟତ୍ରୀ ପିଲାମାନଙ୍କୁ ଆଇରନ୍ ବଟିକା ଖାଇବାକୁ ଦେଇଥିଲେ । କିନ୍ତୁ ଏହି ବଟିକା ଖାଇ ସାରିବା ପରେ ପିଲା ମାନେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ।
ତେବେ ଏହି ଔଷଧ ସବୁ ୨୦୧୯ ମସିହାରେ ଉତ୍ପାଦିତ ହୋଇ ପ୍ରାୟ ଦୁଇ ବର୍ଷ ଏହାର ବ୍ୟବହାର ସମୟସୀମା ଧାର୍ଯ୍ୟ କରଯାଇ ୨୦୨୧ ରେ ମିଆଦ ପୁର୍ଣ୍ଣ ହୋଇଛି ବା ଏକ୍ସ୍ ପାଏର୍ ହୋଇଛି କିନ୍ତୁ ଏହାକୁ ନଷ୍ଟ କରିବା ପରିବର୍ତ୍ତେ ପ୍ରାୟ ୩ବର୍ଷ ପରେ ଅର୍ଥାତ୍ ୨୦୨୪ ମସିହା ରେ ପିଲା ମାନଙ୍କୁ ଦିଆଯାଇଛି । ଯେଉଁଥିପାଇଁ ସ୍କୁଲ୍ ରେ ଏପରି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।
ତେବେ ପିଲାମାନେ ଅସୁସ୍ଥ ହୋଇ ପଡିବା କାରଣରୁ ତାଙ୍କୁ ସ୍ଥାନୀୟ ବିଜୁ ମେମୋରିଆଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ପିଲାମାନଙ୍କର ଅବସ୍ଥା କିଛିଟା ମାତ୍ରାରେ ସୁସ୍ଥ ଅନୁଭବ କରିଛନ୍ତି।
ଅପରପକ୍ଷେ ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା ଏବଂ ଉତ୍ତ୍ୟକ୍ତ ଅଭିଭାବକ ମାନେ ଏକଜୁଟ୍ ହୋଇ ଆସି ସ୍କୁଲ୍ ଘର ତାଲା ପକାଇ ଦେଇଥିଲେ। ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମେଡିକାଲ ଯାଇ ପରିସ୍ଥିତି ନିୟନ୍ତ୍ରଣାଧୀନ କୁ ଆଣିଛି ।
ତେବେ ଛୋଟ ଛୋଟ ପିଲାଏ ପାଠ ପଢ଼ିବାକୁ ସ୍କୁଲ୍ ଆସୁଥିବା ବେଳେ ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏପରି ଦାୟିତ୍ଵ ଶୁନ୍ୟ ହୋଇ ପଡ଼ୁଛନ୍ତି କିପରି ?
ଏକ୍ସ୍ ପାଏର୍ ମେଡ଼ିସିନ୍ ସ୍କୁଲ୍ କୁ ଆସିଲା କେମିତି ?
ଯଦି ଆସିଲା ତାକୁ ଯାଞ୍ଚ୍ ନ କରି ପିଲାଙ୍କୁ ଦିଆଗଲା କେମିତି ?
ଯଦି ଏନେଇ କିଛି ଭଲମନ୍ଦ ହୋଇଥାନ୍ତା ସେଥିରେ ଦାୟୀ କିଏ ହୋଇ ଥାନ୍ତା ?
ଏମିତି କେତେ କଣ ଅଡ଼ୁଆ ପ୍ରଶ୍ନର ଉତ୍ତର ଦାବିରେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ କୁହୁଳୁଛି ।
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍