ଏସସିବିରେ ଆଉ ଜଣେ ଯାତ୍ରୀ ମୃତ, ଟ୍ରେନ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା ୨୯୨କୁ ବୃଦ୍ଧି
ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।

ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଆଖି ବୁଜିଥିବା ଯାତ୍ରୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ପଲତୁ ନସ୍କାର। ସେ ଏସସିବିର ସେଣ୍ଟ୍ରାଲ ଆଇସିୟୁ ବେଡ୍ ନମ୍ବର ୧୪ରେ ଚିକିତ୍ସିତ ହେଉଥିଲେ। ଏହାକୁ ମିଶାଇ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । କଟକ ବଡ଼ ମେଡିକାଲରେ ଏହା ହେଉଛି ଚତୁର୍ଥ ମୃତ୍ୟୁ। ଏମାନେ ସମସ୍ତେ ଶ୍ରମିକ ଶ୍ରେଣୀର ଓ ସେମାନେ କାମ ପାଇଁ ଯାଉଥିଲେ। ଏନେଇ ଏସ୍ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି।