ଭୂକମ୍ପ ଝଟକାରେ ଥରିଲା ଲେହ-ଲଦାଖ

ମଙ୍ଗଳବାର ସକାଳ 4:30 ସମୟରେ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଲେହ-ଲଦାଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.5 ଏବଂ ଜାମ୍ମୁ କଶ୍ମୀରରେ 3.7 ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଜାରି କରାଯାଇଛି ।