ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର ଏବଂ ବଲାଙ୍ଗିର ଜିଲ୍ଲାପାଳ

ଗତକାଲି ଦୁଇ ଜଣଙ୍କ ନିର୍ବନ୍ଧ ସରିଥିବାବେଳେ .. ବିବାହକୁ ଅପେକ୍ଷା

ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର ଏବଂ ବଲାଙ୍ଗିର ଜିଲ୍ଲାପାଳ

ବିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ସରିଛି ଉଭୟ IASଙ୍କ ନିର୍ବନ୍ଧ। ଅନନ୍ୟାଙ୍କ ସମ୍ବଲପୁର ବାସଭବନରେ ଗତକାଲି ପାରମ୍ପରିକ ରୀତିନୀତିରେ ହୋଇଛି ଏନଗେଜମେଣ୍ଟ। ଅନନ୍ୟା ଓ ଚଞ୍ଚଳଙ୍କ ପରିବାର ଏଥିରେ ସାମିଲ ହୋଇଥିଲେ।

ତା’ସହ କିଛି ନିକଟତର ବନ୍ଧୁ ଓ ଅଫିସର ବି ଏଥିରେ ଉପସ୍ଥିତ ଥିଲେ। ଏହି ଦୁହେଁ ଆସନ୍ତା ୩ ମାସ ମଧ୍ୟରେ ବିବାହ କରିବା ନେଇ ସୂଚନା ରହିଛିା

ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ। ଆସାମର ଝିଅ ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କ ସହ ବିବାହ କରିଥିଲେ। ସେହିପରି ଚଞ୍ଚଳ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ସହ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ପରେ ପୁଣି ବିବାହ କରୁଛନ୍ତି ଅନନ୍ୟା ଓ ଚଞ୍ଚଳା। 

ଖାସ୍ କଥା ହେଲା ଏହା ଦୁହେଁଙ୍କର ଦ୍ୱିତୀୟ ବିବାହ । ଆସାମର ଝିଅ ହେଲେ ଅନନ୍ୟା । ସେ ପ୍ରଥମେ କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତରଙ୍କୁ ବିବାହ କରିଥିଲେ ହେଲେ କୌଣସି କାରଣର ଉଭୟଙ୍କ ଡିଭୋର୍ସ ହୋଇଯାଇଥିଲା । ସେହିପରି ଚଞ୍ଚଳ ରଣା ହେଉଛନ୍ତି ସମ୍ବଲପୁର ବାସିନ୍ଦା ସେ ପ୍ରଥମେ ରାୟାଗଡ଼ାର ଜିଲ୍ଲାପାଳ ସ୍ୱଧା ଦେବଙ୍କୁ ବିବାହ କରିଥିସଲେ ଭୟଙ୍କର ଛାଡପତ୍ର ପରେ ଏବେ ପୁଣି ଚଞ୍ଚଳ ଏବଂ ଅନନ୍ୟା ବିବାହ କରିବା ପାଇଁ ଯାଉଛନ୍ତି ।

ଏହାପୂର୍ବରୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ୨୦୧୫ ବ୍ୟାଚ୍‌ର IAS ଟପର ଟିନା ଡାବି।