ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ, ଠିକ ଭାବେ ପ୍ରଚାର ପ୍ରସାର ହୋଇ ନ ଥିବାରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ
ଢେଙ୍କାନାଳ ମିନିଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଏହା ସୋମବାର ପର୍ଯ୍ୟନ୍ତ ଚାଲିବ
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ
ଢେଙ୍କାନାଳ,୧୦ା୨: ଢେଙ୍କାନାଳ ମିନିଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ଏହା ସୋମବାର ପର୍ଯ୍ୟନ୍ତ ଚାଲିବ । ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ତୋଷ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତେବେ ମେଳାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଆଡମ୍ବର ସହକାରେ କୃଷି ଓ କୃଷକଙ୍କ ପାଇଁ ଯନ୍ତ୍ରପାତି ପ୍ରଦର୍ଶନୀ ମେଳା ହେଉଥିବାବେଳେ ସେହି ତୁଳନାରେ କୃଷକଙ୍କ ଉପସ୍ଥିତି ଦେଖାଯାଇନଥିଲା । ଠିକ ଭାବେ ପ୍ରଚାର ପ୍ରସାର ହୋଇ ନ ଥିବାରୁ ଏ ନେଇ ଚାଷୀ ଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା
କେବଳ ବିଭାଗୀୟ କର୍ମଚାରୀ, ରାଜନେତାଙ୍କ ସମର୍ଥକମାନେ ମେଳାରେ ଉପସ୍ଥିତ ଥିଲେ । ପ୍ରକୃତ ଚାଷୀ ଏ ବିଷୟରେ କିଛି ଜାଣିପାରନଥିଲେ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ତେବେ ଆବଶ୍ୟକ ପ୍ରଚାର ପ୍ରସାର ଅଭାବରୁ ଏଭଳି ମହତକାଂକ୍ଷୀ ମେଳାର ସୁଫଳ ପାଇବାରୁ ଚାଷୀ ବଞ୍ଚିତ ହୋଇଥିବା ମେଳା ଆରମ୍ଭ ଦିନରୁ ପରିଲିକ୍ଷିତ ହୋଇଛି ।