ଓଡ଼ିଆ ଲେଖି ଏବଂ ପଢ଼ି ଜାଣି ନଥିବାରୁ ହାତରୁ ଖସିଲା ସରପଞ୍ଚ ପଦ, ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ଅଦାଲତ

ଓଡ଼ିଆ ପଢି ଲେଖି ପାରୁନଥିବାରୁ ପଦବୀ ହରାଇବାକୁ ପଡିବ। ଏମିତି ଏକ ରାୟ ଦେଇ ଢେଙ୍କାନାଳରେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ । ଫଳରେ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ସରପଞ୍ଚଙ୍କୁ ନିଜର ପଦ ହରାଇବାକୁ ପଡିଛି।

ଓଡ଼ିଆ ଲେଖି ଏବଂ ପଢ଼ି ଜାଣି ନଥିବାରୁ ହାତରୁ ଖସିଲା ସରପଞ୍ଚ ପଦ, ଗୁରୁତ୍ଵପୂର୍ଣ୍ଣ ରାୟ ଦେଲେ ଅଦାଲତ

ଢେଙ୍କାନାଳ: ଓଡ଼ିଆ ପଢି ଲେଖି ପାରୁନଥିବାରୁ ପଦବୀ ହରାଇବାକୁ ପଡିବ। ଏମିତି ଏକ ରାୟ ଦେଇ ଢେଙ୍କାନାଳରେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମାନ୍ୟବର ଅଦାଲତ । ଫଳରେ ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ସରପଞ୍ଚଙ୍କୁ ନିଜର ପଦ ହରାଇବାକୁ ପଡିଛି।

ଓଡ଼ିଆ ଲେଖି ପଢିପାରୁନଥିବାରୁ  ଅଯୋଗ୍ୟ ଘୋଷଣା କଲେ ଅଦାଲତ । ଯାହାକୁ ନେଇ ଏବେ ଢେଙ୍କାନାଲ ଜିଲ୍ଲା ସଦର ବ୍ଲକର ଗେଙ୍ଗୁଟିଆ ଗ୍ରାମପଞ୍ଚାୟତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଉ ଏହି ପଂଚାୟତର ଗତ ନିର୍ବାଚନରେ ନିର୍ବାଚିତ ସରପଞ୍ଚ କୈଳାଶ ଦେହୁରୀ ଏବେ ତାଙ୍କ ପଦବୀ ହରାଇବାକୁ ଯାଉଛନ୍ତି। କୁଆଡେ ସରପଞ୍ଚ କୈଳାଶ ଦେହୁରୀ ଓଡ଼ିଆ ନା ପଢି ପାରନ୍ତି ନା ଲେଖି ପାରନ୍ତି । ଯାହାକୁ ନେଇ ତାଙ୍କ ଠାରୁ ଗତ ପଂଚାୟତ ନିର୍ବାଚନରେ ହାରିଥିବା ନିକଟତମ ପ୍ରତିଦ୍ବନ୍ଦୀ ପୁରୁଷୋତ୍ତମ ଦେହୁରୀ ଅଦାଲତର ଆଶ୍ରୟ ନେଇଥିଲେ। 

ଓଡିଶା ପଂଚାୟତ ଆଇନ ଧାରା-୩୧ରେ ଢେଙ୍କାନାଲ ସିଭିଲ କୋର୍ଟ ଜୁନିୟର ଡିଭିଜନରେ ଏହି ମାମଲାର ବିଚାର ଚାଲିଥିଲା।  ଏହାକୁ ବିଚାର କରି  ଅଦାଲତ ଗତ ୨୦୨୨ମସିହାରେ ନିର୍ବାଚିତ ସରପଞ୍ଚ କୈଳାଶ ଦେହୁରୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି।  ଓଡ଼ିଆ ପଢା ଲେଖା ପ୍ରମାଣ ଦେଇ ନପାରିବାରୁ  ତାଙ୍କୁ ସରପଞ୍ଚ ପଦବୀ ପାଇଁ ଅଯୋଗ୍ୟ ବୋଲି ଘୋଷଣା କରିଛନ୍ତି ଅଦାଲତ।

ଓଡିଶା ଗ୍ରାମ ପଂଚାୟତ ଆଇନ ଧାରା ୧୧ -ଖ ର ନିୟମ ମୁତାବକ ଜଣେ ସରପଞ୍ଚ ହେବାକୁ ହେଲେ ଓଡ଼ିଆ ପଢି ଏବଂ ଲେଖି ପାରିବା ଦରକାର । ନଚେତ ସେ ସରପଞ୍ଚ ପଦବୀ ପାଇଁ ଅଯୋଗ୍ୟ ସାବ୍ୟସ୍ତ ହେବେ। ଫଳରେ ଆଇନର ଧାରା ୧୧(ଖ)ରେ  ରେ ଛନ୍ଦି ହୋଇପଡିଛନ୍ତି କୈଳାଶ ।

ମାତ୍ର  କୈଳାଶ ଏହାକୁ ଖଣ୍ଡନ କରି ମୁଁ ପଢି ପାରିବି ଓ ଲେଖି ପାରିବି ବୋଲି ସଫେଇ ଦେଇଛନ୍ତି। ଏପରିକି ପୂର୍ବରୁ ମଧ୍ୟ ନିର୍ବାଚିତ ହୋଇ କୈଳାଶ ୫ବର୍ଷ ସରପଞ୍ଚ ଭାବେ କାର୍ଯ୍ୟ କରିଥିବା ଜଣାପଡ଼ିଛି। ତେବେ ସେ ଯାହାହେଉନା କାହିଁକି ଓଡ଼ିଆ ପଢି ଲେଖି ନଜାଣି ସରପଞ୍ଚ ଭାବେ ବିତିଆଯାଇଛି ୫ବର୍ଷ  । ଆଉ ପୁଣି ନିର୍ବାଚିତ ଏହି ସରପଞ୍ଚ ଏବେ ଆଇନର କାଠଗଡରେ ଛନ୍ଦି ହୋଇ ଅଯୋଗ୍ୟ ଘୋଷଣା ହେବା ଖବର ଢେଙ୍କାନାଳରେ ବେଶ ଚର୍ଚ୍ଚା ଧରିଛି।