ସାମ୍ବଦିକ ଙ୍କ ଗିରଫ କରି ରାସ୍ତାରେ ଚଲାଇ ନେବା ଘଟଣା କୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି, ଏସଡିପିଓ ଙ୍କ ପ୍ରତିଶୃତି ପରେ ଗଣଧାରଣା ପ୍ରତ୍ୟାହୃତ
ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମର କର୍ତ୍ତବ୍ୟରତ ଯୁବ ସାସ୍ପାଦିକ ରବିନ ଦାସ୍ ଙ୍କୁ ଗିରଫ କରି ମାନବିକ ଅଧକାର କ୍ଷୁର୍ଣ କରି ରାସ୍ତାରେ ଚଲାଇ ଚଲାଇ ନେବା ଓ ଶତାଧିକ ଲୋକଙ୍କ ସମୁଖରେ ଫଟୋ ଉଠାଇବା ଘଟଣାରେ ଭୁବନ ସାସ୍ବାଦିକ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୁଇ ଦିନ ଧରି ଥାନା ସମୁଖରେ ଗଣଧାରଣା ଦେଇଥିଲା

ସାମ୍ବଦିକ ଙ୍କ ଗିରଫ କରି ରାସ୍ତାରେ ଚଲାଇ ନେବା ଘଟଣା କୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି,
ଏସଡିପିଓ ଙ୍କ ପ୍ରତିଶୃତି ପରେ ଗଣଧାରଣା ପ୍ରତ୍ୟାହୃତ
ଭୁବନ ୧୦.୩ - ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମର କର୍ତ୍ତବ୍ୟରତ ଯୁବ ସାସ୍ପାଦିକ ରବିନ ଦାସ୍ ଙ୍କୁ ଗିରଫ କରି ମାନବିକ ଅଧକାର କ୍ଷୁର୍ଣ କରି ରାସ୍ତାରେ ଚଲାଇ ଚଲାଇ ନେବା ଓ ଶତାଧିକ ଲୋକଙ୍କ ସମୁଖରେ ଫଟୋ ଉଠାଇବା ଘଟଣାରେ ଭୁବନ ସାସ୍ବାଦିକ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୁଇ ଦିନ ଧରି ଥାନା ସମୁଖରେ ଗଣଧାରଣା ଦେଇଥିଲା । ଭୁବନ ପୋଲିସର ଏତାଦୃଶ କାର୍ଯ୍ୟ କୁ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଇଥିଲା । ଶେଷରେ କାମାକ୍ଷାନଗର ଏସଡିପିଓ ଙ୍କ ନିବେଦନ ଓ ପ୍ରତିଶୃତି ପରେ ଗଡକାଲି ରାତି ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ସାସ୍ନାଦିକ ରବିନ ଦାସ୍ ଙ୍କ ନାମରେ ଭୁବନ ଥାନା ଆଇଆଇସି ଆକ୍ରୋଶମୂଳକ ମନୋଭାବ ରଖି ଗତ ୨୦.୦୨.୨୦୨୨ ରିଖ ରେ ଗୋଚିଏ ଦିନରେ ଦୁଇଚି କେଶ ନମ୍ବର - ୪୯/୨୦୨୩ ଓ କେଶ ନମ୍ବର - ୫୦/୨୦୨୩ ରୁଜୁ କରିଥିଲେ ଓ ଉଭୟ କେଶରେ ୩ ଏସସିଏସଟୀ ଆକ୍ଟ ଦଫା ଲଗାଇଥିଲେ । ଗଡ ତା ୭.୩.୨୦୨୩ ରିଖ ମଙ୍ଗଳ ବାର ମଧ୍ୟାହ୍ନ ସାଢେ ୧୨ ଘଟିକା ସମୟରେ ସାସ୍ପାଦିକ ରବିନ ଦାସ୍ ଙ୍କୁ ଭୁବନ ଥାନା ଆଇ ଆଇ ସି ସୌଭାଗ୍ୟ ସ୍ବାଇଁ ନୁଆଭୁବନ ରୁ ଗିରଫ କରି ପରେ ଚଲାଇ ଚଲାଇ କାଳୀବଜାର ଓ ନୁଆବଜାର ( ବସଷ୍ଟାଣ୍ଡ ) ରେ ଫଟୋ ଉଠାଇଥିଲେ । ଜଣେ ସାମ୍ବାଦିକଙ୍କୁ ଗିରଫ କରି ରାସ୍ତାରେ ଚଲାଇ ଚଲାଇ ନେବା ଘଟଣାରେ ଭୁବନ ସାମ୍ବାଦିକ ସଂଘ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ସଂଘ ତରଫରୁ ଭୁବନ ଥାନା ସମ୍ମୁଖରେ ସାମ୍ବାଦିକ ସଂଜୟ ନାଏକ, ଦୁଃସାସନ ପୃଷ୍ଟି, ମାତାଜୀ ସାହୁ ପ୍ରମୁଖ ଗଣଧାରଣା ଦେଇଥିଲେ । ଗଣଧାରଣାର ହିତୀୟ ଦିବସରେ ସଂଘ ସଭାପତି ମଧୁପ ରଂଜନ ନନ୍ଦଙ୍କ ନେତୃତ୍ଵରେ ସମସ୍ତ କର୍ମକର୍ତାଙ୍କ ସହିତ ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ "ବାର୍ତ୍ତା" ର ସଂପାଦକ ଅଲେଖ ଚନ୍ଦ୍ର ତ୍ରିପାଠୀ, ପ୍ରେମାନନ୍ଦ ମହାନ୍ତି,ସଂପାଦକ ସୁଶାନ୍ତ କୁମାର ପୋଥାଳ, ଭାରତୀୟ ସାମ୍ବାଦିକ ସଂଘ, ଓଡିଶା ଶାଖା ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ଗଁଦିଆ ମିଳିତ ସାମ୍ବାଦିକ ସଂଘ ସଭାପତି କ୍ଷୀରୋଦ ଚନ୍ଦ୍ର ନାୟକ, ସଂପାଦିକା ପୁଷ୍ପଲତା ସାମଲ, ଗଁନ୍ଦିଆ ଡିଜିଟାଲ ମିଡିଆ ଆସୋସିଏସନ ସଭାପତି ପ୍ରଦୀପ କୁମାର ଦାସ, ସଂପାଦକ ବାଦଲ ମହାନ୍ତି, କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ଉପସଭାପତି ଚିତ ରଂଜନ ହିବେଦୀ ପ୍ରମୁଖ ୩୦ ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଏକତ୍ରିତ ହୋଇ ଥାନା ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରି ସାମ୍ବାଦିକଙ୍କୁ ଗିରଫ କରି ରାସ୍ତାରେ ଚଲାଇ ଚଲାଇ ନେବା ଘଟଣାକୁଦୃଢ ନିନ୍ଦା କରିବା ସହିତ ଏହି ଘଟଣାର ନିରପେକ୍ଷ (କ୍ରାଇମବ୍ରାଞ୍ଚ) ତଦନ୍ତ ପାଇଁ ଦାବି କରିଥିଲେ । କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ସଂଧ୍ୟା ୭ ଘଟିକା ସମୟରେ ଆନ୍ଦୋଳନକାରୀ ଙ୍କ ନିକଟରେ ପହଞ୍ଚି ଦୀର୍ଘ ସମୟ ବୁଝାଶୁଝା କରି ଘଟଣାର ନିରପେକ୍ଷ ଡଦନ୍ତ ସହ ରାସ୍ତାରେ ଚଲାଇବା ଘଟଣାକ୍ରମ କୁ ସେ ନିଜେ ତଦନ୍ତ କରିବେ ବୋଲି ପ୍ରତିଶୃତି ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା ।