କେନ୍ଦ୍ରମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ ଓ ସାଂଗଠନିକ ସମୀକ୍ଷା ବୈଠକ
କେନ୍ଦ୍ରମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ ଓ ସାଂଗଠନିକ ସମୀକ୍ଷା ବୈଠକ

କେନ୍ଦ୍ରାପଡା-୦୪/୦୩: କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ବିଜେପିର ସଂଗଠ ବିସ୍ତାର ଯୋଜନାରେ କେନ୍ଦ୍ରାପଡାକୁ ଗସ୍ତରେ ଆସି ଜିଲ୍ଲାର ବରିଷ୍ଠନେତା ଓ ସଂଗଠନ ପ୍ରଭାରୀ ମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି । ପାର୍ଟିର ସଂଗଠନକୁ ତୃଣମୂଳ ସ୍ତରରେ ବିସ୍ତାର ଓ ପ୍ରଭାବୀ କରିବା ଉଦେ୍ଦଶ୍ୟରେ ଶ୍ରୀ ରାୟ ବରିଷ୍ଠ ନେତା ମାନଙ୍କ ସହ ଆଲୋଚନା କରି କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ କୋର କମିଟି ସଦସ୍ୟ, ଜିଲ୍ଲା ପଦାଧିକାରୀ, ଜିଲ୍ଲା ସଂଚାଳନ ସମିତି ସଦସ୍ୟ ମାନଙ୍କ ସହିତ ଆଲେଚନା କରିଥିଲେ । ଏହା ସହ ଶ୍ରୀ ରାୟ ଶନିବାର କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ମନ୍ଦିର ପରକ୍ରମା କରିଥିଲେ । ଗରାପୁର ଠାରେ କେନ୍ଦ୍ରାପଡା ବିଧାନ ସଭାର ପ୍ରତି ଶକ୍ତିକେନ୍ଦ୍ର ର ତ୍ରିଦେବ କାର୍ଯ୍ୟକର୍ତା, ଆଳି, ରାଜନଗର, ମହାକାଳପଡା ଓ ପାଟକୁରା ବିଧାନ ସଭା ନିର୍ବାଚନ ସଂଚାଳନ ସମିତି ଓ କୋର କମିଟି ସଦସ୍ୟ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକ ମାନଙ୍କୁ ସଂପର୍କ କରି ସଂଗଠିତ କରି ସଶକ୍ତ ବୁଥ କମିଟି ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦିକା ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର, ଲୋକସଭା ପ୍ରଭାରୀ ବିନୋଦ ଦାଶ, ସଂଯୋଜକ ସୁନାକର ବେହେରା, ଜିଲ୍ଲା ପ୍ରବାରୀ ଡାକ୍ତର ଜତିନ୍ଦ୍ର ମହାନ୍ତି, ବରିଷ୍ଠ ବିଜେପି ନେତା ଦୋଳ ଗୋବିନ୍ଦ ନାୟକ, ଅଲେଖ କୁମାର ଜେନା,ଭୁବନ ମୋହନ ଜେନା, ବିଷ୍ଣୁ ଦାସ, ରାମାକାନ୍ତ ପଟ୍ଟନାୟକ, ତେଜେଶ୍ୱର ପରିଡା, ଜିଲ୍ଲ ସାଧାରଣ ସଂପାଦକ ଅଭିମନୁ୍ୟ ଗୋଛାୟତ, ମାନସ ମହାନ୍ତିି, ବ୍ରଜ ସୁନ୍ଦର ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।