ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଅମୃତ ମହୋତ୍ସବ ଅନୁଷ୍ଠିତ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଅମୃତ ମହୋତ୍ସବ ଅନୁଷ୍ଠିତ

ଏବିଭିପିର ଅମୃତ ମହୋତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ଶୈକ୍ଷିକ ଓ ସାମାଜିକ ସମସ୍ୟାକୁ ନେଇ ଏବିଭିପି ଢେଙ୍କାନାଳ ଜିଲ୍ଲା ତରଫରୁ  ଜିଲ୍ଲା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁରଲି କିଶୋର ଜେନାମାଣି , ମୂଖ୍ୟ ବକ୍ତା ଭାବେ ଅରୂପ ପଟ୍ଟନାୟକ ଯୋଗ ଦେଇଥିଲେ। ରାଜ୍ୟ ସମ୍ପାଦକ ଶ୍ରୀମାନ ଅରିଜିତ୍ ପଟ୍ଟନାୟକ  ଜିଲ୍ଲାର ବିଭିନ୍ନ କ୍ୟାମ୍ପସରୁ ଆସିଥିବା 346 ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀଙ୍କୁ ଉଦବୋଧିତ କରିଥିଲେ। ଜିଲ୍ଳାର କୋଣ ଅନୁକୋଣରୁ ଆସିଥିବା ଛାତ୍ରନେତା ମାନେ କ୍ୟାମ୍ପସରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ପ୍ରଶାସନ ସମ୍ମୁଖରେ ଦାବି ରଖିଥିଲେ। ଏହାପରେ ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଛାତ୍ର ଅଧିକାର ସମାବେଶ ନାମରେ ବିଶାଳ ଶୋଭାଯାତ୍ରା ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା। ଜିଲ୍ଲା ସଂଯୋଜକ ଅରୂପ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସମ୍ପାଦକ ଅରିଜିତ୍ ପଟ୍ଟନାୟକ ଙ୍କ ଉପସ୍ଥିତିରେ  ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ, ଯେଉଁଥିରେ 9ଟି ପ୍ରମୁଖ ଦାବି ରହିଛି ।