ଶ୍ରୀଶ୍ରୀ ସାଇନାଥ ମହାରାଜାଙ୍କ ୧୩ତମ ବାର୍ଷିକ ଉତ୍ସବ ଅବସରରେ କଳସଯାତ୍ରା
ଶ୍ରୀଶ୍ରୀ ସାଇନାଥ ମହାରାଜାଙ୍କ ୧୩ତମ ବାର୍ଷିକ ଉତ୍ସବ ଅବସରରେ କଳସଯାତ୍ରା

ଶ୍ରୀଶ୍ରୀ ସାଇନାଥ ମହାରାଜାଙ୍କ ୧୩ତମ ବାର୍ଷିକ ଉତ୍ସବ ଅବସରରେ କଳସଯାତ୍ରା
ଢେଙ୍କାନାଳ , ୦୧/୦୩ : ଅଦ୍ୟ ଶ୍ରୀ ଶ୍ରୀ ସାଇନାଥ ମହାରାଜାଙ୍କ ୧୩ତମ ବାର୍ଷିକ ଉତ୍ସବ ଅବସରରେ କଳସ ଯାତ୍ରାରେ ୧୫୧ ମହିଳା ସମାଲି ହୋଇ ଢେଙ୍କାନାଲ ସମହରସ୍ଥିତ କୁଞ୍ଜକାନ୍ତ ପୋଖରୀ ପାଖରେ ପୂଜାର୍ଚ୍ଚନା କରି ବିଶାଳ ଶୋଭାଯାତ୍ରାରେ ଶ୍ୟାମାଚରଣପୁରସ୍ଥିତ ସାଇ ଶ୍ରୀକ୍ଷେତ୍ର ସାଇ ମନ୍ଦିରରେ ପହଂଚିଥିଲେ । ଏଥିରେ ସାଇ ମନ୍ଦିରର ସମସ୍ତ କର୍ମକର୍ତା ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଆଜି ସଂଧ୍ୟା ସଢେ ୫ଟା ସମୟରେ ସାଇ ଶ୍ରୀକ୍ଷେତ୍ରରୁ ସାଇବାବା ଏକ ଶୋଭାଯାତ୍ରାରେ ବାହାରି କାଲ୍ଟାକ୍ସରେ ପହଂଚିବେ ଏବଂ ସେଠାରେ ପୂଜାର୍ଚ୍ଚନା ସହିତ ଭଜନ ସମାରୋହ ଓ ପ୍ରସାଦସେବନର ବ୍ୟବସ୍ଥା ହୋଇଅଛି । ଆସନ୍ତା ୨ ତାରିଖ ଗୁରୁବାର ସକାଳ ୭ ଘଟିକା ସମୟରେ ବାବାଙ୍କର ବିଶାଳ ଶୋଭାଯାତ୍ରା , ପାଲିଙ୍କି ଯାତ୍ରା ବାହାରି ଢେଙ୍କାନାଳ ସହର ପରିକ୍ରମା କରି ଦିବା ୧୨ ଘଟିକା ସମୟରେ ସାଇ ଶ୍ରୀକ୍ଷେତ୍ରରେ ପହଁଚିବ । ପରେ ୭ / ୮ ହଜାର ଲୋକଙ୍କର ପ୍ରସାଦସେବନ , ଯଜ୍ଞ ପୂର୍ଣ୍ଣାହୁତି ଓ ସଂଧ୍ୟାରେ ଓଡିଶାର ସୁନାମଧନ୍ୟ କଳାକାରଙ୍କ ଦ୍ବାରା ସାଇ ଭଜନ ପରିବେଷଣ କରାଯିବ । ଉକ୍ତ ସାଇବାବାଙ୍କ କାର୍ଯ୍ୟକ୍ରମରେ ଭକ୍ତମାନେ ଯୋଗଦେବା ପାଇଁ ସାଇ ପରିବାର ତରଫରୁ ଅନୁରୋଧ କରାଯାଇଅଛି ।