ସ୍ଥଳଭାଗ ଛୁଉଁଛି ବାତ୍ୟା 'ମିଗଜୋମ୍',

ଭୀଷଣ ବାତ୍ୟା ମିଗଜୋମ୍ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ଆନ୍ଧ୍ରର ବାପଟଲାରେ ବାତ୍ୟା ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ । ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ପବନର ବେଗ ୯୦ ରୁ ୧୧୦ କିମି ରହିଛି । ନେଲୋରରୁ ୧୦୦ କିଲୋମିଟର ଓ ବାପଟଲାରୁ ୬୦ କିଲୋମିଟର ଦୂରରେ ରହିଛି ମିଗଜୋମ ।
ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଏବଂ ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା ରହିପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସେପଟେ ବାତ୍ୟା ନେଇ ୫ ରାଜ୍ୟକୁ ଆଲର୍ଟ କରାଯାଇଛି । ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପୁଡୁପୁଡୁଚେରୀରେ ବାତ୍ୟା ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି । ବାତ୍ୟା ମୁକା ମୁବିଲା ପାଇଁ ଭିନ୍ନ ଭିନ୍ନ ରାଜ୍ୟରେ ଏନଡିଆରଏଡିଫ୍ର ୨୯ଟିମ୍ ନିୟୋଜିତ ହୋଇଛନ୍ତି । ତାମିଲନାଡ଼ୁରେ ୧୨, ଆନ୍ଧ୍ର ପ୍ରଦେଶରେ ୧୧, ତେଲେଙ୍ଗାନାରେ ୧, ପୁଡୁପୁଡୁଚେରୀରେ ୩ଟି ଟିମ୍ ଆଲର୍ଟରେ ଅଛନ୍ତି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ବାତ୍ୟା ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିଛନ୍ତି ।