ମାଲ୍ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ
ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ମାଲ୍ ବୋଝେଇ ଟ୍ରେନ୍ ଛତ୍ରପୁର ସହର ଉପକଣ୍ଠରେ ଗୁରୁବାର ଲାଇନଚ୍ୟୁତ ହୋଇଛି।

ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ମାଲ୍ ବୋଝେଇ ଟ୍ରେନ୍ ଛତ୍ରପୁର ସହର ଉପକଣ୍ଠରେ ଗୁରୁବାର ଲାଇନଚ୍ୟୁତ ହୋଇଛି। ଏଥିରେ ବିଶେଷ କ୍ଷୟକ୍ଷତି କିମ୍ବା ମୃତାହତ ଘଟିନାହିଁ। ଉକ୍ତ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ସୂଚନାନୁଯାୟୀ, ଛତ୍ରପୁର ନିକଟ କନ୍ଧୁଣୀ ଠାକୁରାଣୀ ମନ୍ଦିର ପାଖ ଏକ ଗଳା ଶଙ୍ଖ ନିକଟରେ ରେଳ ଧାରଣା ମରାମତି କାମ ଚାଲିଥିଲା। ପୁରୁଣା ମାଟି ବାହାର କରାଯାଇ ନୂଆ ମାଟି ବିଛାଯାଉଥିଲା। ଟ୍ରେନଟି ସେହି ରୁଟ୍ ଅତିକ୍ରମ କଲାବେଳେ ଗୋଟିଏ ଚକ ସହ ଏକ ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇ ପଡିଥିଲା। ଏଥିରେ ବିଶେଷ କ୍ଷୟକ୍ଷତି କିମ୍ବା ମୃତାହତ ଘଟିନାହିଁ। ଉକ୍ତ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଭାଗ ତରଫରୁ ଯଥାଶୀଘ୍ର ମରାମତି କରାଯାଇ ରେଳ ଚଳାଚଳ ସ୍ବାଭାବିକ କରିବାକୁ ଚେଷ୍ଟା ଚାଲିଛି।