ଖଡ଼ଗପୁରରୁ ଭଦ୍ରକ ମଧ୍ୟରେ ଗଡ଼ିବ ୧୬ ସ୍ଵତନ୍ତ୍ର ଟ୍ରେନ

ଖଡ଼ଗପୁରରୁ ଭଦ୍ରକ ମଧ୍ୟରେ ଗଡ଼ିବ ୧୬ ସ୍ଵତନ୍ତ୍ର ଟ୍ରେନ

ଖଡ଼ଗପୁରରୁ ଭଦ୍ରକ ମଧ୍ୟରେ ଗଡ଼ିବ ୧୬ ସ୍ଵତନ୍ତ୍ର ଟ୍ରେନ

ଦିନକୁ ଦିନ ରେଳଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ ନୂତନ ଭାବରେ ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଖଡ଼ଗପୁରରୁ ଭଦ୍ରକ ମଧ୍ୟରେ ୧୬ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦେଇଛି ପୂର୍ବତଟ ରେଳ ବିଭାଗ । ଏହି ସ୍ବତନ୍ତ୍ର ଟ୍ରେନ୍‌ ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ତେବେ ଟ୍ରେନ୍‌ଗୁଡ଼ିକ ପୁନଃ ଚଳାଚଳ କରିବାକୁ ଥିବା ସ୍ଵତନ୍ତ୍ର ଏବଂ ଏକ୍ସପ୍ରେସ୍‌ ଗୁଡ଼ିକ ହେଉଛି
୦୮୦୩୧ ବାଲେଶ୍ଵର ଭଦ୍ରକ ସ୍ଵତନ୍ତ୍ର ଟ୍ରେନ ।
୦୮୦୩୨ ଭଦ୍ରକରୁ ବାଲେଶ୍ଵର ସ୍ଵତନ୍ତ୍ର ଟ୍ରେନ ।
୧୮୦୩୭ ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ ଏକ୍ସପ୍ରେସ ଟ୍ରେନ ।
୧୮୦୩୮ ଯାଜପୁର କେନ୍ଦୁଝର ରୋଡ-ଖଡ଼ଗପୁର ଏକ୍ସପ୍ରେସ ଟେନ ।
୧୮୦୨୧ ଖଡ଼ଗପୁର - ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ ।
୧୮୦୨୨ ଖୋର୍ଦ୍ଧା ରୋଡ଼ ରୁ ଖଡ଼ଗପୁର ଏକ୍ସପ୍ରେସ ।
୦୮୦୧୭ ଖଡ଼ଗପୁର ରୁ ବାଲେଶ୍ଵର ସ୍ପେଶାଲ୍ ଟେନ ।
୦୮୦୧୮ ବାଲେଶ୍ଵର ରୁ ଖଡ଼ଗପୁର ସ୍ପେଶାଲ ଟ୍ରେନ ।
୧୮୦୪୩ ହାୱଡା ରୁ ଭଦ୍ରକ ଏକ୍ସପ୍ରେସ ।
୧୮୦୪୪ ଭଦ୍ରକରୁ ହାୱାଡା ଏକ୍ସପ୍ରେସ ।
୦୮୪୧୬ ପୁରୀ ରୁ ଜଲେଶ୍ୱର ସ୍ପେଶାଲ୍ ଟ୍ରେନ ।
୦୮୪୧୫ ଜଲେଶ୍ୱର ରୁ ପୁରୀ ସ୍ପେଶାଲ ଟ୍ରେନ ।
୦୮୪୧୧ ବାଲେଶ୍ଵର ରୁ ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ ।
୦୮୪୧୨ ଭୁବନେଶ୍ୱର ରୁ ବାଲେଶ୍ଵର ସ୍ପେଶାଲ୍ ଟ୍ରେନ ।
୦୮୦୮୦ ବରିପଦା ରୁ ବାଲେଶ୍ଵର ସ୍ପେଶାଲ୍ ଟ୍ରେନ ।
୦୮୦୮୧ ବାଲେଶ୍ଵରରୁ ବରିପଦା ସ୍ପେଶାଲ୍ ଟ୍ରେନ ।