ବାଲୁଗାଁ ମହାବଦ୍ୟାଳୟ ରେ ଏକଦିବସୀୟ ପାଳିତ

ବାଲୁଗାଁ ମହାବଦ୍ୟାଳୟ ଓଡ଼ିଆ ଭାଷାସାହିତ୍ୟ ବିଭାଗର ଆନୁକୁଲ୍ୟରେ ଆଜି ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଟିତ ହୋଇଯାଇଛି l ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ଜୀବନ ଓ ସୃଜନ ଶୀର୍ଷକ। ଏହି ଜାତୀୟ ପାଠଚକ୍ରକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସମ୍ମାନସ୍ପଦ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ମୁଖ୍ୟ ଅତିଥି ଭାବରେ ବାଲୁଗାଁ ମହବିଦ୍ୟାଳୟର,ପରିଚାଳନା ସମିତିର ସଭାପତି ଇଞ୍ଜିନିୟର ପ୍ରବାସ କୁମାର ସୁନ୍ଦରାୟ ଯୋଗଦାନ କରିଥିବା ସ୍ଥଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାସ ସଭାପତିତ୍ବ କରିଥିଲେ।ଉଦଘାଟନ ଅଧିବେଶନରେ ଅଂଶ ଗ୍ରହଣ କରିଥିବା ଅତିଥିଙ୍କୁ ଯୁକ୍ତ ଦୁଇ ଅଧ୍ୟକ୍ଷା ଡ଼କ୍ଟର ଜୟନ୍ତୀ ସାମଲ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ।
ପାଠଚକ୍ର ସଂଗଠନ ସମ୍ପାଦକ ଅଧ୍ୟାପକ ଡକ୍ଟର ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିବା ପରେ,ବିଶ୍ଵଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ,ପଶ୍ଚିମବଙ୍ଗ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶରତ କୁମାର ଜେନା ମୁଖ୍ୟ ବକ୍ତା ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ପ୍ରେମାନନ୍ଦ ମହାପାତ୍ର, ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ଜୀବନୀ ଏବଂ ସୃଷ୍ଟି ସମ୍ଭାର ସମ୍ପର୍କରେ ମାର୍ମିକ ଅନୁଶୀଳନ କରିଥିଲେ।
ପରେ ପରେ ଅନ୍ୟ ଦୁଇଟି ବୈଷୟିକ ଅଧିବେଶନରେ ବକ୍ତା ବେଣୁଧର ଦାସ, ଡକ୍ଟର ସତ୍ୟ ଷଡ଼ଙ୍ଗୀ, ଡକ୍ଟର ଦେବୀ ପ୍ରସାଦ ଶତପଥୀ,ପ୍ରାଧ୍ୟାପକ ରାଜକିଶୋର ସାହୁ, ପ୍ରମୁଖ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ସୃଜନ ଶିଳ୍ପର ବିଭିନ୍ନ ଦିଗ - ଦିଗନ୍ତ ଉପରେ ସବିଶେଷ ଆଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ରୁ ଅଂଶଗ୍ରହଣ କରିଥିବା ଅଧ୍ୟାପକ ଏବଂ ଗବେଷକ ଡକ୍ଟର ପ୍ରବୀଣ କୁମାର ମିଶ୍ର ଡକ୍ଟର ରୁଦ୍ର ପ୍ରସାଦ ମିଶ୍ର, ଡକ୍ଟର ବିରଞ୍ଚି ନାରାୟଣ ରଥ,ଡକ୍ଟର ସତ୍ୟଜିତ ଦାସ , ଡକ୍ଟର ରଘୁନାଥଙ୍କ ଓଝା, ଏବଂ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ପ୍ରମୁଖ ବୈଶୈକ ଅଧିବେଶନରେ ପାଠ ଚକ୍ର ସମ୍ବନ୍ଧରେ ସାରସ୍ଵତ ନିବନ୍ଧ ମାନ ଉପସ୍ଥାପନ କରିଥିଲେ।
ମହାବିଦ୍ୟାଳୟର ବରିଷ୍ଟ ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି , ଡକ୍ଟର କୈଳାସ ଚନ୍ଦ୍ର ମହାରଣା , ଶୁଭଦର୍ଶିନି ବିଶ୍ଵାଳ ଏବଂ ଛାତ୍ରୀ ସ୍ନେହାରାଣି ନାୟକ ବିଭିନ୍ନ ଅଧିବେଶନରେ ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ ପାଠ ଚକ୍ରରେ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ର ଛାତ୍ରୀ ସ୍ଥାନୀୟ କବି ଗାଳ୍ପିକ ଔପନ୍ୟାସିକ ତଥା ବହୁ ଶିକ୍ଷାବିତ୍ ଅଂଶଗ୍ରଣ କରିବା ଦ୍ୱାରା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭିନବ ଗୌରବମୟ ଅଧ୍ୟାୟ ସୃଷ୍ଟି ହୋଇପାରିଛି।
ଖୋର୍ଦ୍ଧା ଚିଲିକା ରୁ ସଂଗ୍ରାମ ରଣା