ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଅନୁପ ଅଭିଷେକ ବେହେରା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗଦେଇଛନ୍ତି ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଅନୁପ ଅଭିଷେକ ବେହେରା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗଦେଇଛନ୍ତି । ସେ ଏହା ପୂର୍ବରୁ ଗଜପତି ଜିଲ୍ଲା ଗୁମା ବ୍ଲକ ଭିଡିଓ ଭାବେ କାର୍ଯ୍ୟରତ ଥିଲେ । ବିଡିଓ ରଶ୍ମି ରଞ୍ଜନ ମହନ୍ତଙ୍କ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କୁ ଉପଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇ ବଦଳି ହେବାପରେ ବୁଧବାର ସେ ଶ୍ରୀ ବେହେରାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି।
ଦାୟିତ୍ଵ ଗ୍ରହଣ କରି ବିଡ଼ିଓ ଶ୍ରୀ ବେହେରା ଫିରିଙ୍ଗିଆ ବ୍ଲକର ସାମଗ୍ରୀକ ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସରକାରଙ୍କ ସମସ୍ତ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ସବିଶେଷ ଭାବରେ ଧ୍ୟାନ ଦେବେ ବିଡ଼ିଓଙ୍କୁ ବ୍ଲକର ବିଭିନ୍ନ ସଂଗଠନ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛିା ଫିରିଙ୍ଗିଆ ପ୍ରେସ୍ କ୍ଲବ ତରଫରୁ ବିଡ଼ିଓ ଶ୍ରୀ ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ