ପୂର୍ବତନ ସୈନିକ ସଂଘର କର୍ମକର୍ତା ଇସିଏସ୍ଏସ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥାନାନ୍ତରଣ ବାବଦର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା
ପୂର୍ବତନ ସୈନିକ ସଂଘର ଇସିଏଚ୍ଏସ୍ ସ୍ଵାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟାଳୟ ଦକ୍ଷିଣକାଳୀ ରୋଡସ୍ଥିତ ଏକ ଘରୋଇ ବାସଭବନରେ ଚାଲିଅଛି, କାର୍ଯ୍ୟାଳୟ କେଉଁ ଜାଗାକୁ ସ୍ଥାନାନ୍ତରଣ ହେବ ସେ ବିଷୟ ଚିନ୍ତାର କାରଣ ପାଲଟିଛି

ଢେଙ୍କାନାଳ , ୧୬୨ : ପୂର୍ବତନ ସୈନିକ ସଂଘର ଇସିଏଚ୍ଏସ୍ ସ୍ଵାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟାଳୟ ଦକ୍ଷିଣକାଳୀ ରୋଡସ୍ଥିତ ଏକ ଘରୋଇ ବାସଭବନରେ ଚାଲିଅଛି । ଉକ୍ତ ବାସଭବନର ମାଲିକ ଶୀଘ୍ର ଘର ଖାଲି କରିବାକୁ ଇସିଏଚ୍ଏସ୍ ଅନୁଷ୍ଠାନକୁ ନୋଟିସ୍ ଦେଇଥିବାରୁ ସେ କାର୍ଯ୍ୟାଳୟ କେଉଁ ଜାଗାକୁ ସ୍ଥାନାନ୍ତରଣ ହେବ ସେ ବିଷୟ ଚିନ୍ତାର କାରଣ ପାଲଟିଛି । ତେଣୁ ପୂର୍ବତନ ସୈନିକ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ , ଉପସଭାପତି ବିମଳ କୁମାର ଶତପଥୀ ଓ ବିଭୁତି ନନ୍ଦ , ସହସଂପାଦକ ସୁବାଷ ଚନ୍ଦ୍ର ହୋତା , ପୂର୍ବତନ ସଂପାଦକ ଭ୍ରମରବର ଦଳାଇ , ଦୁର୍ଯ୍ୟୋଧନ ବେହେରା ଓ ରାମଚନ୍ଦ୍ର ମୁକୁଟ ସମେତ କର୍ମକର୍ତାମାନେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ସାକ୍ଷାତକରି ଆମର ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରୁଣା ହେଡ୍କ୍ୱାଟର ହସ୍ପିଟାଲକୁ କିମ୍ବା କୌଣସି ସରକାରୀ ବାସଭବନକୁ ସ୍ଥାନାନ୍ତରଣ ପାଇଁ ଅନୁରୋଧ କରି ଦାବୀପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ମହାଶୟ ଏ ବାବଦରେ ପରବର୍ତୀ ସମୟରେ ନିଷ୍ପତି ନେଇ ଆମକୁ ଜଣାଇବା ପାଇଁ ଆଶ୍ୱାସନା ଦେଇ ବିଦାୟ କରିଥିଲେ ।