ନୟାନ୍ତ କଲାଣି ନିଆଁ, ୨୪ ଘଣ୍ଟା ବିତିଲାଣି ତଥାପି ଅଣାୟତ୍ତ
୨୪ ଘଂଟା ହେଲା ଜଳୁଛି ମାର୍କେଟ କଂପ୍ଲେକ୍ସ । ନିଆଁ ଲିଭାଇବା ପାଇଁ ନାକଦେମ ହେଲାଣି ଅଗ୍ନିଶମ ବିଭାଗ , ତଥାପି ଆୟତ୍ତ ହୋଇ ପାରୁନି ନିଆଁ

୨୪ ଘଣ୍ଟା ହେଲା ଜଳୁଛି ମାର୍କେଟ କଂପ୍ଲେକ୍ସ । ନିଆଁ ଲିଭାଇବା ପାଇଁ ନାକଦେମ ହେଲାଣି ଅଗ୍ନିଶମ ବିଭାଗ । ଗତକାଲି ଠାରୁ ଏତେ ଉଦ୍ୟମ ପରେ ବି ନିଆଁ କୁ ସମ୍ପୂର୍ଣ୍ଣ ଆୟତ କରାଯାଇପାରୁନାହିଁ । ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ମାର୍କେଟ୍ କଂପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଜୋରଦାର ଉଦ୍ୟମ କରାଯାଉଛି । ୧୦୦ରୁ ଅଧିକ ଦମକଳ କର୍ମଚାରୀ ଓ ୧୨ଟି ଦମକଳ ଗାଡ଼ି, ଓଡ୍ରାଫ ଟିମ୍ ନିଆଁକୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି । ହେଲେ ଆୟତ ହେଉନି ନିଆଁ । ମାର୍କେଟ କଂପ୍ଲେକ୍ସ ସାମ୍ନା ପଟ ଦୋକାନ ସଟର ପଡ଼ିଥିବାରୁ ଭିତରେ ଜଳୁଛି ସାମଗ୍ରୀ । ସେପଟେ ସମ୍ରାଟ ମାର୍କେଟ କଂପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ।
ଖୁସିର କଥା ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି । କେଂପ୍ଲେକ୍ସ ଭିତରୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି କଂପ୍ଲେକ୍ସରେ ୪୩ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି । ସେମାନଙ୍କ ଥଇଥାନ ନେଇ ସରକାର ଚିନ୍ତା କରୁଛନ୍ତି । ଆଗେ ଧନ ଜୀବନକୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ । ପ୍ରଥମ ମହଲାରେ ନିଆଁ ସାମାନ୍ୟ କମିବା ପରେ ନିଜ ସାମଗ୍ରୀ ଆଣିଛନ୍ତି ପର୍ଯ୍ୟଟକ । ସ୍କୁଟି, ବ୍ୟାଗ ଧରି ବାହାରକୁ ଆଣିଲେ ଲୋକେ । ୧୫ ଲକ୍ଷ ସୁନା ଓ ୨ ଲକ୍ଷ ଟଙ୍କା ଫେରିପାଇଲେ ବ୍ରତଘର ପାଇଁ ଆସିଥିବା ବ୍ରହ୍ମପୁରର ପରିବାର । ବ୍ରହ୍ମପୁରରୁ ଆସି ଏଠାରେ ରହିଥିଲେ । ହଠାତ ଅଗ୍ନିକାଣ୍ଡ ପାଇଁ ଜିନିଷ ପତ୍ର ଛାଡ଼ି ବାହାରକୁ ଚାଲି ଆସିଥିଲେ । ନିଆଁ ପ୍ରଥମ ମହଲାରୁ କମିବା ପରେ ସମସ୍ତ ଜିନିଷ ଫେରି ପାଇଛନ୍ତି ପର୍ଯ୍ୟଟକ
ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ନିଆଁ ଆୟତ୍ତ ହୋଇଥିବାବେଳେ ୧୦ ପ୍ରତିଶତ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି। ଧୂଆଁ ବାହାରକୁ ବାହାରିପାରୁ ନଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ୁଛି। ଅକ୍ସିଜେନ ମାସ୍କ ଲଗାଇ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଥିବା କହିଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ।
ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ଆଖପାଖ ଦୋକାନଗୁଡ଼ିକୁ ଖାଲି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଯିବାକୁ ଭକ୍ତଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ। ସେପଟେ ନିଆଁ ଲାଗିଥିବା ସମ୍ରାଟ ହୋଟେଲରୁ ପ୍ରାୟ ୧୦୦ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଏସପି ସୂଚନା ଦେଇଛନ୍ତି।
ଜୀବନ ବିକଳରେ ସବୁ ଜିନିଷ ପତ୍ର ଛାଡ଼ି ପଳାଇଥିଲେ ପର୍ଯ୍ୟଟକ। ହୋଟେଲରୁ ଜଣେ ପର୍ଯ୍ୟଟକଙ୍କର ୩ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ପର୍ଯ୍ୟଟକଙ୍କର ସୁନା ଗହଣା ଉଦ୍ଧାର କରାଯାଇଛି।