କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ପ୍ରଶାସନ ଓ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଏ-୧ ପ୍ରାପ୍ତ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଢେଙ୍କାନାଳ, ତ. ୦୬.୦୬.୨୦୨୩ ରିଖ – ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଆମ ପ୍ରତିଭା ଆମ ସମ୍ମାନ, ଢେଙ୍କାନାଳ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଏ -୧ ପ୍ରାପ୍ତ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ, ଆମ୍ ସମୀକ୍ଷା କରି ଶିକ୍ଷାର ମାନ ବୃଦ୍ଧି ପ୍ରକ୍ରିୟାକୁ ବଜାୟ ରଖିବା ନିମନ୍ତେ ସମସ୍ତେ ମିଳିତ ଭାବେ ଦାୟୀତ୍ବ ନିର୍ବାହ କରିବାକୁ ପରାମର୍ଶ ଦେଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହେବାକୁ ଆହ୍ବାନ ଦେଇଛନ୍ତି । ଶିକ୍ଷା ଦାନ ଏଭଳି ହେବା ଉଚିତ, ଯେପରି ପ୍ରତ୍ୟେକ ପରିସ୍ଥିତର ସୁପରିଚାଳନା ନିମନ୍ତେ ଆମେ ସକ୍ଷମ ହୋଇପାରିବା ବୋଲି ମତବ୍ୟକ୍ତ କରିଛନ୍ତି । ମାନ୍ୟବର ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ସ୍ବତନ୍ତ୍ର ଅତିଥ୍ ଭାବେ ଯୋଗ ଦେଇ, ସମସ୍ତ କୃତୀ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆମ୍ଭେ ସମୀକ୍ଷା କରି ନିଜର ଦିକାଶ ଦିଗରେ ଯବାନ ହେବାକୁ ସେ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇ, ପିଲାମାନେ ନିଜର ପିତାମାତା, ଗୁରୁଜନ ଏବଂ ଶିକ୍ଷକଙ୍କୁ ଭକ୍ତିପୂର୍ଣ୍ଣ ସମ୍ମାନ ଦେଇ ନିଜର ଜୀବନକୁ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି। ଲକ୍ଷ୍ୟ ହାସଲ ନିମନ୍ତେ ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ନେଇ ମାନସିକ ଦୃଢତା ସହିତ କଠିନ ପରିଶ୍ରମ କରିବାକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବିରାଶାଳ ସ୍ଥିତ ବିମାନ ପ୍ରଶିକ୍ଷଣ ସଂସ୍ଥା ଏବଂ ଜିଲ୍ଲାର ଆଇଟି ଆଇ ଏବଂ ପଲିଟେକ୍ନିକରେ ଛାତ୍ରଛାତ୍ରୀମାନେ ମାଗଣାରେ ଶିକ୍ଷା ପ୍ରାପ୍ତ କରି ଜିଲ୍ଲାର ତଥା ରାଜ୍ୟର ବିକାଶରେ ସହାୟକ ହେବାକୁ କହିଛନ୍ତି । ଉତ୍ସବରେ ଏ -୧ ପ୍ରାପ୍ତ କୃତୀ ୮୨ ଜଣ କୃତୀ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକ, ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ସମସ୍ତ ବ୍ଲକ ଶିକ୍ଷା ଅଧ୍ୟାକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀମତୀ ସସ୍ମିତା ସାହୁ, ଆମ ପ୍ରତିଭା ଆମ ସମ୍ମାନର ସଭାପତି ଶ୍ରୀ ପ୍ରିୟ ରଞ୍ଜନ ମାହୁନ୍ତଙ୍କ ସମେତ ଜିଲ୍ଲାର ସମସ୍ତ କୃତୀ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ-ଶିକ୍ଷୟତ୍ରୀ, ପି.ଆର.ଆଇ. ମେମ୍ବରସ ମାନେ ଯୋଗ ଦେଇଥିଲେ । ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଲକ୍ଷ୍ମୀଧର ମାହୁନ୍ତ ସଭା କର୍ଯ୍ୟ ପରିଚାଳନା କରିଥିଲେ ।