ବାଦାମପାହାଡ ଓ ରାଇରଙ୍ଗପୁରକୁ ଚାଲିବ ୩ଟି ନୂଆ ଟ୍ରେନ

ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ମଙ୍ଗଳବାର ବଡଘୋଷଣା କରାଯାଇଛି

ବାଦାମପାହାଡ ଓ ରାଇରଙ୍ଗପୁରକୁ ଚାଲିବ ୩ଟି ନୂଆ ଟ୍ରେନ

ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ମଙ୍ଗଳବାର ବଡଘୋଷଣା କରାଯାଇଛି । ବାଦାମପାହାଡ ଓ ରାଇରଙ୍ଗପୁରକୁ ଗୋଟିଏ ମେଲ ଟ୍ରେନ ସହିତ ୩ଟି ନୂତନ ଟ୍ରେନ ଚଳାଚଳ କରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପାର୍ବଣ ଋତୁରେ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ୪ଯୋଡା ନୂତନ ଟ୍ରେନଚଳାଚଳ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେଥିରୁ ୩ଟି ରାଇରଙ୍ଗପୁର ଓ ବାଦାମପାହାଡ ପାଇଁ ରହିଛି । ପ୍ରଥମ ଥର ପାଇଁ ଟାଟା- ବାଦାମପାହାଡ / ରାଇରଙ୍ଗପୁର ଅଞ୍ଚଳରେ ମେଲ / ଏକ୍ସପ୍ରେସ ଟ୍ରେନ ସଂଯୋଗ ହେବ।

ଏହା ଏହି ଅଞ୍ଚଳର ଏକ ଦୀର୍ଘ ଦିନ ଦାବି ବିଚାରାଧୀନ ଥିଲା ଏବଂ ସ୍ଥାନୀୟ ଲୋକଙ୍କ ଆକାଂକ୍ଷା ପୂରଣ କରିବ। ଏହି ଟ୍ରେନ୍ ଗୁଡିକ କୋଲକାତା (ଶାଲିମାର) -ବାଦାମପାହାଡ- କୋଲକାତା (ଶାଲିମାର) ସାପ୍ତାହିକ ଏକ୍ସପ୍ରେସ, ବାଦାମପାହାଡ -ରାଉରକେଲା-ବାଦାମପାହାଡ ସାପ୍ତାହିକ ଏକ୍ସପ୍ରେସ, ରାଉରକେଲା – ଟାଟାନଗର- ରାଉରକେଲା (ସପ୍ତାହରେ ୬ ଦିନ) ଏବଂ ଟାଟାନଗର- ବାଦାମପାହାଡ- ଟାଟାନଗର (ସପ୍ତାହରେ ୬ ଦିନ) ମଧ୍ୟରେ ଚାଲିବ । ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ, ଆଦିବାସୀ ଅଞ୍ଚଳର ବିକାଶରେ ସାହାଯ୍ୟ କରିବ ଏବଂ ଜିଲ୍ଲାମାନଙ୍କୁ ଅତିରିକ୍ତ ସଂଯୋଗ ଯୋଗାଇବ ।