ହଷ୍ଟେଲ ରୁମରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି

ହଷ୍ଟେଲ ରୁମରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ମେଡିକାଲ କୋଚିଂ ନେଉଥିଲେ। ସେ ଆଲେନ ଇନଷ୍ଟିଚ୍ୟୁଟରୁ ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ।  

ମୃତା ଛାତ୍ରୀଙ୍କ ନାମ କଲ୍ୟାଣୀ ସାହୁ। ତାଙ୍କ ଘର ସାଲେପୁରର ବହୁଗ୍ରାମ ବୋଲି ଜଣାପଡ଼ିଛି। ସେ ହଷ୍ଟେଲରେ ରହି ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରୁଥିଲେ।

ପାଠ ପଢା ଚାପ ଯୋଗୁ ସେ ନିଜ ଜୀବନ ନେଇଥିବା ଅଭିଯୋଗ ହୋଇଛି। ତେବେ ଏହା ଏକ ହତ୍ୟା ନା ସେ ନିଜେ ଜୀବନ ହାରିଛନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ଚନ୍ଦଶେଖରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ ଆରମ୍ଭ କରିଛି। ତାଙ୍କ ପରିବାର ଲୋକଙ୍କୁ  ଡକାଯାଇଛି।