୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ସକାଳ ୮ରୁ ୯ ପାରିମାଣିକ ଦର୍ଶନ

ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ୧୯ ତାରିଖରେ ହେବ ଅଣସର ଘରେ ଥିବା ମହାପ୍ରଭୁଙ୍କ ନବଯୌବନ ଦର୍ଶନ।

୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ସକାଳ ୮ରୁ ୯ ପାରିମାଣିକ ଦର୍ଶନ

ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ୧୯ ତାରିଖରେ ହେବ ଅଣସର ଘରେ ଥିବା ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ସେହିଦିନ ସକାଳ ୮ରୁ ୯ଟା ଯାଏଁ ପାରିମାଣିକ ଦର୍ଶନ ବ୍ୟବସ୍ଥା କରାଯାଇଛି। ପାରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପାରିମାଣିକ ଟିକେଟ ୧୦୦ ଟଙ୍କା ରଖାଯାଇଛି। ୧୯ ତାରିଖ ସକାଳ ୯ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ ଓ ଏହା ୨ ଘଣ୍ଟା ଧରି ଚାଲିବ । ଦିନ ୧୧ଟା ପରଠୁ ରଥଯାତ୍ରା ପାଇଁ ବିଭିନ୍ନ ନୀତିକାନ୍ତି ଆରମ୍ଭ ହୋଇଯିବ । ଆଜି ପ୍ରେସମିଟ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି।