ସମୁଦ୍ର ମଝିରେ ଭାସୁଛି କଣ୍ଟେନର
ଏହି କଣ୍ଟେନରଟିକୁ ପେଣ୍ଠକଟା ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ

ସମୁଦ୍ର ମଝିରେ ଭାସୁଛି କଣ୍ଟେନର । ଏହି କଣ୍ଟେନରଟିକୁ ପେଣ୍ଠକଟା ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ । ଉକ୍ତ କଣ୍ଟେନରକୁ କୂଳକୁ ଆଣିବା ପାଇଁ ମତ୍ସ୍ୟଜୀବୀ ଉଦ୍ୟମ କରୁଛନ୍ତି । ପୁରୀ ସଦର ବ୍ଲକ ଅନ୍ତର୍ଗତ ପେଣ୍ଠକଟା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଦୁଇ ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର କୂଳରେ ଦୁଇଟି ବଡ଼ କଣ୍ଟେନର ସମୁଦ୍ରରେ ଭାସି ଆସି ଥିଲା ।